ଢେଙ୍କାନାଳ ଅବକାରୀ ସ୍କ୍ୱାର୍ଡକୁ ସଫଳତା: ଜଣେ ବ୍ରାଉନ ସୁଗାର ବେପାରୀଙ୍କ ଠାରୁ ୪୨ଗ୍ରାମ ଜବତ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ବ୍ରାଉନ ସୁଗାର କାରବାର। ବେଧଡକ ଭାବେ ବ୍ରାଉନସୁଗାର କାରବାର କରୁଛନ୍ତି ବେପାରୀ । ସଦର ପୁଲିସର ନିଷ୍କ୍ରିୟତା ବ୍ରାଉନ ସୁଗାର ବେପାରୀ ମାନଙ୍କୁ ତାଙ୍କ କାରବାର ବଢ଼ାଇ ବାରେ ସୁଯୋଗ ସୃଷ୍ଟି କରିଛି । ଏପରି ସ୍ଥଳେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆ ବନ୍ଧ ଅଂଚଳରେ ଚଢ଼ାଉ କରିଛି ।

ଏହି ଚଢ଼ଉରେ ଅବକାରୀ ସ୍କ୍ୱାର୍ଡ ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କରିବାରେ ସକ୍ଷମ ହୋଇଛି । ବେପାରୀ ଠାରୁ ୪୨ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।

ଏହି ବ୍ରାଉନ ସୁଗାର ବେପାର କରୁଥିବା ରାଜେନ୍ଦ୍ର ବେହେରା ନାମକ ଜଣେ ଯୁବକ କୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ । ଗିରଫ ଯୁବକ ସ୍ଥାନୀୟ ବଳଦିଆ ବନ୍ଧ ଗ୍ରାମର ବୋଲି ଜଣାପଡିଛି । ଗିରଫ ଯୁବକ ପୁଲିସର ସଲାସୁତରା ରେ ଦୀର୍ଘଦିନ ହେଲା ଏହି ଧଳା ଜହର ବେପାର କରିଆସୁଥିଲା ବୋଲି ସୂଚନା ମିଳିଛି।

Related Posts