ଗଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା; ପଠାନକୋର୍ଟ-ଜାମ୍ମୁ ରାଜପଥରେ ହାଇ ଆଲର୍ଟ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଗଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ରହିଛି ବୋଲି ଏଜେନ୍ସିମାନେ ପ୍ରକାଶ କରିଛନ୍ତି । ଏନେଇ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏହି କାରଣରୁ କାଶ୍ମୀରରୁ ପଠାନକୋଟ ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଆତଙ୍କବାଦୀଙ୍କ ଯୋଜନାକୁ ରୋକିବା ପାଇଁ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସତର୍କ ରହିଛି। ସେପଟେ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ପାଇଁ ପଠାନକୋଟ-ଜାମ୍ମୁ ଜାତୀୟ ରାଜପଥରେ ସୈନ୍ୟ ମୁତୟନ କରାଯାଇଛି। କିଛି ଦିନ ପୂର୍ବେ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ ତୀବ୍ର ହେବା ପରେ ଏବଂ ଆଇଇଡି ପାଇବା ପରେ ସୁରକ୍ଷା ବାହିନୀ ସତର୍କ ଥିବା କହିଛନ୍ତି।

ଫଳରେ ପଠାନକୋଟ-ଜାମ୍ମୁ ରାଜପଥରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସୌନିକମାନେ ଅନ୍ତର୍ଜାତୀୟ ସୀମାରେ ପାଟ୍ରୋଲିଂକୁ ମଧ୍ୟ ଜୋରଦାର କରିଛନ୍ତି। କାଥୁଆ ଏବଂ ସାମ୍ବା ଜିଲ୍ଲାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା କଡାକଡି କରାଯାଇଛି। ଜାମ୍ମୁ କାଶ୍ମୀରର ବିମାନବନ୍ଦର ଏବଂ ରେଳ ଷ୍ଟେସନ ସମେତ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଅନ୍ୟପଟେ ଜାମ୍ମୁରେ ଗଣତନ୍ତ୍ର ଦିବସ ପାଳନ ପାଇଁ ମୁଖ୍ୟ ସ୍ଥାନ ଏମଏ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳରେ ଯାନବାହନ ଯାଞ୍ଚ କରୁଛନ୍ତି। ଜାମ୍ମୁ କାଶ୍ମୀରରେ ବିଏସଏଫ, ପୋଲିସ, ସେନା ଏବଂ ସିଆରପିଏଫ କର୍ମଚାରୀ ନିୟୋଜିତ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

Related Posts