ଲଞ୍ଚ୍ ହେଲା DRDO ଦ୍ୱାରା ବିକଶିତ 2-DG କରୋନା ଔଷଧ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଭାଇରସ୍ ସହି ସାରା ଦେଶ ଲଢ଼େଇ କରୁଛି। ଏହା ମଧ୍ୟରେ ଆଜି ଡିଆରଡିଓ ଦ୍ବାରା ବିକଶିତ ‘ଟୁ-ଡିଜି’ କରୋନା ଔଷଧର ଶୁଭାରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ୨-ଡିଜି ଔଷଧର ଲଞ୍ଚ କରିଛନ୍ତି । ଡକ୍ଟର ରେଡିସ୍ ଲାବୋରେଟୋରିଜ୍ ସହ ମିଳିତ ଭାବେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଅର୍ଗାନାଇଜେସନ୍ ଏହି ଔଷଧ ତିଆରି କରିଛି । ଉଦଘାଟନୀ ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଅଧିକ ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯିବ ନାହିଁ । କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେମାନଙ୍କୁ ଆଜିଠାରୁ ଏହି ଔଷଧ ଦିଆଯିବ । କରୋନା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା ବେଳେ ଏହାର ଜରୁରିକାଳୀନ ବ୍ୟବହାର ପାଇଁ ଡିସିଜିଆଇ ମେ ୮ ତାରିଖରେ ଅନୁମତି ପ୍ରଦାନ କରିଛି । ଏହାର ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ ଟ୍ରାଏଲରେ ଫଳପ୍ରଦ ହୋଇଥିବା ବେଳେ ଏହା ପ୍ରଭାବଶାଳୀ ବୋଲି ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି। ୨-ଡିଜି ମେଡିସିନ୍ ପାଉଡର ଆକାରରେ ମିଳେ ଏବଂ ଏହାକୁ ପାଣିରେ ମିଶାଇ ରୋଗୀଙ୍କୁ ଦିଆଯାଇଥାଏ । ଡିଆରଡିଓ ଅଧିକାରୀ କହିଛନ୍ତି ଯେ ଏହି ଔଷଧ ରୋଗୀଙ୍କ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ ଓ ଅକ୍ସିଜେନ ଉପରେ ଧୋଗୀର ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ ।

Related Posts