ପାଟନା: ଚର୍ଚ୍ଚାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏବେ ଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭିନ୍ନ ଭିନ୍ନ ମହଲରୁ ତାଙ୍କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କେବେ ତାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କୁହାଯାଉଛି ତ ଆଉ କେତେବେଳେ ତାଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କୁହାଯାଉଛି।

ଗତ କିଛି ସମୟ ହେବ ବିହାରର ରାଜନୀତି ନୀତିଶ କୁମାରଙ୍କୁ ନେଇ ସରଗରମ ରହିଛି। ଏହା ମଧ୍ୟରେ ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ବାସଭବନ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। ଶନିବାର ସ୍ପଷ୍ଟ ହୋଇ ଯାଇଛି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ଠିକଣା ବଦଳାଉଛନ୍ତି। ନୀତିଶ ନିଜ ବାସଭବନକୁ ସ୍ଥାନାନ୍ତର କରିଛନ୍ତି । ତେବେ ସେ ପୂର୍ବରୁ ସେଠାରେ ରହି ସାରିଛନ୍ତି।

ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନର ଠିକଣା ବଦଳି ଯାଇଛି। ଶନିବାର ରାତିରେ ନୀତିଶ କୁମାର ଅର୍ଣ୍ଣ ମାର୍ଗ ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନକୁ ଛାଡି ଏହାର ସନ୍ନିକଟ ୭ ସର୍କୁଲାର ରୋଡ୍ ସ୍ଥିତ ବାସଭବନକୁ ସ୍ଥାନାନ୍ତର ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଏଠାକୁ ଆସିବା ପୂର୍ବରୁ ଏହି ବଙ୍ଗଳାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ଗତ ଅନେକ ମାସ ଧରି ଏହି ବଙ୍ଗଳାର ମରାମତି କାମ ଚାଲିଥିଲା। ବଙ୍ଗଳାଟି ନୂତନ ରୂପ ନେବା ପରେ ମୁଖ୍ୟମନ୍ତ୍ରୀ ଶନିବାର ଆସି ସ୍ଥିତି ପରଖିଥିଲେ ଏବଂ ପରେ ଏଠାକୁ ସ୍ଥାନାନ୍ତର ହେବାକୁ ନିର୍ଣ୍ଣୟ ନେଇଛନ୍ତି।

ଜେଡିୟୁର ବିଧାନସଭା ପରିଷଦ ଲଲନ ସରାଫ କହିଛନ୍ତି ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୭ ସର୍କୁଲାର ରୋଡ୍ ସ୍ଥିତ ବଙ୍ଗଳାକୁ ଚାଲିଯିବେ। ପରିବାର ସଦସ୍ୟ ସହ ସେ ଏଠାକୁ ସ୍ଥାନାନ୍ତର ହେବେ। ସେ କହିଛନ୍ତି ନୀତିଶ କୁମାର ଆଜି ଦିନସାରା ମୁଖ୍ୟମନ୍ତ୍ରୀ ବାସଭବନ ସ୍ଥିତ ନିଜ ଦପ୍ତରରେ ବସି କାମ ସାରିଛନ୍ତି। ରାତିରେ ସେ ନୂତନ ବାସଭବନକୁ ସ୍ଥାନାନ୍ତର ହୋଇଛନ୍ତି ।