ବିଜେପି ସରକାର ବହୁ ବର୍ଷ ଧରି ଫୋନ୍ ଟ୍ୟାପ୍ କରୁଛି : ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପେଗାସସ୍ ଜାସୁସି ମାମଲାରେ ଛନ୍ଦି ହୋଇଛି ଭାରତୀୟ ଜନତା ପାର୍ଟି। ଦେଶର ବହୁ ବଡ ବଡ ଲୋକଙ୍କ ଉପରେ ଗୁଇନ୍ଦାଗିରି ହୋଇଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ଏବେ ସାରା ଦେଶରେ ରାଜନୀତି ଜୋର ଧରିଛି । ଏହି ଘଟଣାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବିଜେପକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ବର୍ଷ ବର୍ଷ ଧରି ଫୋନ୍ ଟ୍ୟାପ୍ କରୁଛି।

 ANI ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କହିଛନ୍ତି ଯେ ପେଗାସସ୍ ସ୍ପାଏୱେୟାର ସ୍କାମ ରିପୋର୍ଟ ନୂଆ ନୁହେଁ, ଭାରତୀୟ ଜନତା ପାର୍ଟି ସରକାର ଦୀର୍ଘ ବର୍ଷ ଧରି ଫୋନ୍ ଟ୍ୟାପ୍ କରିବାରେ ଲାଗିଛନ୍ତି।

2019 ରେ ମଧ୍ୟ ଫୋନ୍ ଟ୍ୟାପିଂ ହୋଇଥିଲା ​​- ସିଦ୍ଧରମୟା 

 ପେଗାସସ୍ ଜାସୁସି ମାମଲାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କହିଛନ୍ତି ଯେ 2019 ରେ ମୋର ବ୍ୟକ୍ତିଗତ ସହାୟକ ତଥା ବହୁ ନେତାଙ୍କ ଫୋନ୍ ଟ୍ୟାପ୍ କରିବା ସହିତ ସାମ୍ବାଦିକ ତଥା ରାଜନେତାଙ୍କ ମଧ୍ୟ ଜାସୁସିର ଶୀକାର ହୋଇଥିଲେ। 

ସେ କହିଛନ୍ତି, “ମୋର PA ଭେଙ୍କଟେଶଙ୍କ ଫୋନ୍ 2019 ରେ ହ୍ଯାକ୍ ହୋଇଥିଲା, ଏପରିକି ଏଚ୍. ଡି କୁମାର ସ୍ୱାମୀ, ଜି ପରମେଶ୍ବରଙ୍କ ସହ ଅନ୍ୟ ଲୋକଙ୍କ ଫୋନ୍ ମଧ୍ୟ ଟ୍ୟାପ୍ କରାଯାଇଥିଲା। ଏହା କୌଣସି ନୂତନ ରିପୋର୍ଟ ନୁହେଁ। ସରକାରଙ୍କୁ ହଟାଇବା ପାଇଁ ଯାହା କରିହେବ ବିଜେପି ସେ ସବୁ କାମ କରିଛି। ତେଣୁ ଏହି ଘଟଣାର ନିରପେକ୍ଷ ଯାଞ୍ଚ ହେବା ଦରକାର ବୋଲି ସେ କହିଛନ୍ତି । 

 ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତିଙ୍କ ଫୋନକୁ ଟାପ୍ କରିଛନ୍ତି, ଏହା ଗଣତନ୍ତ୍ରର ହତ୍ୟା, ସେମାନଙ୍କର କ୍ଷମତାରେ ରହିବାର କକୌଣସି ନୈତିକ ଅଧିକାର ନାହିଁ । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ଖବର ପ୍ରକାଶ ପାଇଥିଲା ଯେ କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ୍ ସରକାର ଭାଙ୍ଗିବାରେ ପାଗସେସ୍ ସ୍ପାଇୱୟାରର ଏକ ପ୍ରମୁଖ ଭୂମିକା ରହିଛି। 

ଏପଟେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଥିବା ବି ଏସ୍ ୟେଦୁରପ୍ପା ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ତେଣୁ ସିଦ୍ଧରମୟ ଆହ୍ବାନ ଦେଇଛନ୍ତି ଯେ ଭାରତୀୟ ଜନତା ପାର୍ଟି ଆସନ୍ତା ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ଦଳିତ ନାମ ଘୋଷଣା କରନ୍ତୁ। ସେ କହିଛନ୍ତି ଯେ କଂଗ୍ରେସ ବିରୋଧରେ ମନ୍ତବ୍ୟ ଦେବା ପରିବର୍ତ୍ତେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳିତ ନାମ ଘୋଷଣା କରିବା ଉଚିତ୍ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କହିଛନ୍ତି।

Related Posts