୮ ବର୍ଷ ମଧ୍ୟରେ ଦେଶକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି ବିଜେପି: କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୧୪ ରେ କେନ୍ଦ୍ରର କ୍ଷମତା ଦଖଲ କରିଥିବା ବିଜେପି ୮ ବର୍ଷ ପୂରଣ କରିଛି। ଏଭଳି ପରିସ୍ଥିତିରେ ମୁଦ୍ରାସ୍ଫୀତି, ବେକାରୀ ଭଳି ପ୍ରସଙ୍ଗରେ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସର ସାଧାରଣ ସମ୍ପାଦକ ଅଜୟ ମାକେନ୍ ଏବଂ ରଣଦୀପ ସୁରଜେୱାଲା ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ‘୮ ସାଲ୍ -୮ ପ୍ରତାରଣା’ ସ୍ଲୋଗାନ ଦେଇଛନ୍ତି। ଏହା ବ୍ୟତୀତ କଂଗ୍ରେସ ମୋଦୀ ସରକାରଙ୍କୁ ଅଭିଯୋଗ କରିଛି ଯେ ଗତ ୮ ବର୍ଷ ମଧ୍ୟରେ ବିଜେପିର ଆଶ୍ଚର‌୍ୟ୍ୟର କଥା ହେଉଛି ଦେଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ମୋଦୀ ସରକାରଙ୍କ ‘ବନ୍ଧୁମାନେ’ ଧନୀ ହୋଇଛନ୍ତି। ଏହି ଅବସରରେ ରଣଦୀପ ସୁରଜୱାଲା କହିଛନ୍ତି, “ଯେଉଁ ସରକାର ଆଚ୍ଛେ ଦିନର ସ୍ଲୋଗାନ ଦେଉଥିଲେ ସେ ଆଜି ଘୃଣା ବିସ୍ତାର କରୁଥିବା ସରକାର ପାଲଟିଛନ୍ତି ।

ଗରିବ ଲୋକଙ୍କ ଘର ଉପରକୁ ବେଆଇନ ବୁଲଡୋଜର ଚଳାଉଛନ୍ତି ବୋଲି କହିଛନ୍ତି । ସେପଟେ ଏଆଇଏମ୍ଆଇଏମ୍ ମୁଖ୍ୟ ଆସାଦୁଦ୍ଦିନ ଓୱାଇସି କହିଛନ୍ତି ଯେ ଦେଶର ଖରାପ ଅବସ୍ଥା ପାଇଁ ମୋଗଲମାନେ ଦାୟୀ। ଓୱାଇସି କହିଛନ୍ତି, “ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଔରଙ୍ଗଜେବ ଦାୟୀ, ଆକବର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ ଏବଂ ଶାହ ଜାହାନ କାରଣରୁ ଯୁବକମାନେ ବେକାର ଅଛନ୍ତି। ଏଥିରେ ପିଏମ ମୋଦୀଙ୍କର କୌଣସି ଭୁଲ ନାହିଁ । ଏସବୁ ପାଇଁ ମୋଗଲ ଦାୟୀ ବୋଲି ଓୱାଇସି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts