ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ଦେଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ଦେଇଛି ବିଜେପି । ବିଜେପିର ମୁଖପାତ୍ର ଦିଲୀପ ମଲିକଙ୍କ ନେତୃତ୍ୱରେ ୫ଜଣିଆ ବିଜେପି ଟିମ୍ ଫେରାଦ ହୋଇଥିବା ଜଣାଯାଇଛି। ଏ ନେଇ ଦିଲୀପ ମଲିକ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି। ନୟାଗଡ଼ ଜିଲ୍ଲା ବଡ଼ପଣ୍ଡାସୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ଷ୍ଟେଜ ସୋ’ କରି ପ୍ରଚାର କରିଛନ୍ତି, ଯାହାକି ନିର୍ବାଚନ କମିସନଙ୍କ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ।

ଏଥିଲାଗି ଆଇପିସିର ଧାରା ୧୭୧ ଅନୁସାରେ ମନ୍ତ୍ରୀ ଗିରଫ ହେବା କଥା। ଆମେ ନିର୍ବାଚନ କମିସନଙ୍କ ଆଗରେ ଫେରାଦ ହୋଇଛୁ। ସିଡି ମାଧ୍ୟମରେ ତଥ୍ୟ ପ୍ରମାଣ ଦେଇଛୁ। ମନ୍ତ୍ରୀଙ୍କ ନାମରେ ଏତଲା ଲାଗି ଦାବି କରିଛୁ। ନିର୍ବାଚନ କମିସନ ଏ କଥାକୁ ବିଚାରକୁ ନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Related Posts