ବାପା ସିଦ୍ଧୁଙ୍କ ପାଇଁ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଲେ ଝିଅ ରାବିୟା

ପଞ୍ଜାବରେ ନିର୍ବାଚନୀ ପ୍ରଚାର ମୈଦାନ ଜୋର ଧରୁଥିବା ବେଳେ, ଏହାରି ମଧ୍ୟରେ ଦଳୀୟ କନ୍ଦଳ ମଧ୍ୟ ଜୋର ଧରିଛି | ସେପଟେ ବାପା ସିଦ୍ଧୁଙ୍କ ପାଇଁ ନିର୍ବାଚନୀ ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି ଝିଅ ରାବିୟା | ସିଦ୍ଧୁଙ୍କୁ କଡ଼ା ଟକ୍କର ଦେଉଥିବା ବିକ୍ରମ ମାଜିଥିଆଙ୍କୁ ଟାର୍ଗେଟ କରିବାକୁ ଗୋଟିଏ ବି ସୁଯୋଗ ହାତଛଡ଼ା କରି ନ ଥିବା ରାବିୟା |

ପଞ୍ଜାବ ଅମୃତସରର ପୂର୍ବ ବିଧାନସଭା କ୍ଷେତ୍ରରୁ ନବଜୋତ ସିଂହ ଲଢ଼େଇ କରୁଥିବା ବେଳେ ତାଙ୍କୁ ଜିତାଇବା ନିମନ୍ତେ ପତ୍ନୀ ଓ ଝିଅ ବି ପ୍ରଚାର ପାଇଁ ଚଳାଇଛନ୍ତି ପ୍ରଚାର। ବାପା ସପକ୍ଷରେ ପ୍ରଚାର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାବିୟା ବିକ୍ରମ ମାଜିଥିଆଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ଏପରିକି ମାଜିଥିଆଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ନିଶା କାରବାର ମାମଲାରେ ତାଙ୍କ ନାଁରେ ପୂର୍ବରୁ ମାମଲା ରୁଜୁ ହୋଇଛି। ତାଙ୍କ ଗ୍ରୋସରୀ ଦୋକାନରେ ବି ନିଶା ବିକ୍ରି ହେଉଛି। ତେଣୁ କାହାକୁ ଭୋଟ ଦେବା ଆବଶ୍ୟକ ତାହା ଲୋକେ ଭଲ ଭାବେ ଜାଣିଛନ୍ତି ।

ଏଥିସହ ସେ କହିଛନ୍ତି, ନିର୍ବାଚନରେ କିଏ କାହା ସହ ମୁକାବିଲା କରୁଛି। ଡ୍ରଗ୍ସ କବଳରୁ ଲୋକେ ନିଜ ଭବିଷ୍ୟତ ପିଢ଼ିକୁ ବଞ୍ଚାଇବାକୁ ଚାହୁଁଛନ୍ତି ନା ଡ୍ରଗ୍ସ ପଞ୍ଝାରେ ଛାଡ଼ଇଦେବାକୁ ଚାହୁଁଛନ୍ତି। ମୋ ବାପା ସତ୍‌ମାର୍ଗରେ ଥିବାରୁ ତାଙ୍କୁ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାପାଙ୍କ କଷ୍ଟକୁ ହୃଦୟଙ୍ଗମ କରିପାରୁଛି। ତେଣୁ ସେ ନ ଜିତିବା ପର୍ଯ୍ୟନ୍ତ ବିବାହ କରିବି ନାହିଁ ବୋଲି ଭାବୁକ ହୋଇ କହିଛନ୍ତି ରାବିୟା।

ସୂଚନାଯୋଗ୍ୟ, ପୂର୍ବ ନିର୍ଦ୍ଧାରତ ସୂଚୀ ଅନୁଯାୟୀ ୧୪ ଫେବୃଆରୀରେ ପଞ୍ଜାବରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିବା ବେଳେ ଏହାକୁ ଫେବୃଆରୀ ୨୦ ତାଣିଖକୁ ଘୁଞ୍ଚାଇ ଦିଆଯାଇଛି।

Related Posts