ବିଜେପିର କୋଭିଡ କୁପରିଚାଳନା ଭାରତର ଭାବମୂର୍ତ୍ତିକୁ ନଷ୍ଟ କରିଛି ; ଅଖିଳେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; କୋଭିଡ କୁପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖେଳେଶ ଯାଦବ । ସେ କହିଛନ୍ତି ବିଜେପିର କୋଭିଡ କୁପରିଚାଳନା ଭାରତର ଭାବମୂର୍ତ୍ତିକୁ ନଷ୍ଟ କରିଛି । ସେ ଏକ ଟୁଇଟରେ ଦର୍ଶାଇଛନ୍ତି ଯେ , ଦେଶରେ ଦେଶରେ କୋଭିଡ ଜନିତ ମୃତୁ୍ୟସଂଖ୍ୟା ବଢୁଥିବା ନେଇ ଆନ୍ତର୍ଜତୀୟ ଖବରକାଗଜ ରିପୋର୍ଟ କରୁଛି । ସମାଜବାଦୀ ପାର୍ଟି ମୁଖ୍ୟ ହିନ୍ଦୀରେ ଟୁଇଟ କରି କହିଛନ୍ତି , ବିଜେପି ସରକାରର ଭୁଲ ପରିଚାଳନା ପାଇଁ ଆନ୍ତର୍ଜାତୀୟ ମିଡିଆରେ କରୋନା ଜନିତ ମୃତ୍ୟୁ ଖବର ଦିଆଯାଉଛି ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାରତର ଭାରତର ଭାବମୁର୍ତ୍ତି ଖରାପ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଯେଉଁମାନେ ସର୍ବସାଧାରଣରେ ମିଛ କହୁନ୍ତି ସେମାନେ ବର୍ତ୍ତମାନ ସେହି ପ୍ରକାଶନ ଗୁଡିକର ସମ୍ପତ୍ତି ଜବତ କରିବେ କିମ୍ବା ସେମାନଙ୍କ ଉପରେ କଟକଣା ଲାଗୁ କରିବେ । କରୋନାରେ ଅଧିକ ପ୍ରଭାବିତ ରାଜ୍ୟ ମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ଅନ୍ୟତମ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ରାଜ୍ୟରେ , ୩,୦୯,୨୩୭ ଆକ୍ଟିଭ କେସ ରହିଥିବା ବେଳେ ୮୯୬୪୭୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୨୨୩୮ ଜଣଙ୍କର ମୃତ୍ୟୁ ଘଟିଛି ।

Related Posts