ନେପାଳ ମନସ୍ଲୁ ପାର୍ବତ୍ୟାଞ୍ଚଳରୁ ମିଳିଲା ଦୁଇଜଣଙ୍କର ମୃତଦେହ

ନୂଆଦିଲ୍ଲୀ : ନେପାଳ ଅନ୍ତର୍ଗତ ମନସ୍ଲୁ ପାର୍ବତ୍ୟାଞ୍ଚଳରୁ ଦୁଇ ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ସପ୍ତାହ ପୂର୍ବରୁ ଏକ ବଡ଼ ଧରଣର ବରଫ ଝଡ଼ ଆସିଥିଲା ବେଳେ, ଏହି ଝଡ଼ରେ ବରଫରେ ପୋତି ହୋଇଯାଇ ଥିବା ସନ୍ଦେହ କରାଯାଉଛି । ଦୁହିଁଙ୍କ ଭିତରେ ଭାରତର ଜଣେ ପର୍ବତାରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଝଡ଼ରେ ଏହି ଅଞ୍ଚଳରେ ଥିବା ଟେଣ୍ଟ ହାଉସ୍ ଗୁଡ଼ିକ ଧ୍ୱଂସ ହୋଇଯାଇଥିଲା । କିନ୍ତୁ ପୂର୍ବରୁ କେହି ମୃତ ହୋଇଥିବା ଜଣାପଡ଼ିନଥିଲା ।

ନେପାଳ ସରକାର ମନସ୍ଲୁ ପର୍ବତ ଚଢ଼ିବା ପାଇଁ ଚଳିତ ବର୍ଷ ୪୦୦ ଜଣଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ସେପ୍ଟେମ୍ୱର ୨୬ରେ ହୋଇଥିବା ଏହି ଝଡ଼ରେ ଦୁଇଜଣ ପର୍ବତ୍ୟାରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ପର୍ବତାରୋହୀମାନେ ଉଚ୍ଚ ଶିବିରକୁ ଲଜିଷ୍ଟିକ୍ସ ନେଇ ଫେରୁଥିବାବେଳେ ମାନସ୍ଲୁ ପର୍ବତର କ୍ୟାମ୍ପ IV ତଳେ ଏହି ବାଟରେ ଝଡ଼ ଆସିଥିଲା ।

ତେବେ ଏବେ ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଭିନ୍ନ ହେଲିକପ୍ଟର ଉକ୍ତ ଅଞ୍ଚଳ ବୁଲି ତନ୍ନ ତନ୍ନ କରି ଖୋଜୁଛନ୍ତି । ମନସ୍ଲୁ ପର୍ବତ ବିଶ୍ୱର ଅଷ୍ଟମ ବଡ଼ ପର୍ବତ ଏବଂ ୫ମ ବିପଦପୂର୍ଣ୍ଣ ପର୍ବତ । ୨୯୭ ଜଣଙ୍କ ମଧ୍ୟରୁ ଏହାକୁ ଏ ପର୍ଯ୍ୟନ୍ତ ୫୩ ଜଣ ଶୀର୍ଷ ଛୁଇଁ ଜୀବନ୍ତ ଫେରିଛନ୍ତି ।

Related Posts