ୟୁକ୍ରେନରୁ 208 ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା C-୧୭

ୟୁକ୍ରେନର ଏ ଫସିଥିବା ଭାରତୀୟଂକୁ ଆଣିବା ପାଇଁ ଜୋରଦାର ହୋଇଛି ଅପରେସନ ଗଙ୍ଗା | ଭାରତ ସରକାରଙ୍କ ପକ୍ଷରୁ ଅପେରସନ କୁ ଜୋରଦାର କରାଯାଇଥିବା ବେଳେ, ଅପରେସନ ଗଙ୍ଗାରେ ଏୟାର ଫୋର୍ସ ସାମିଲ ହୋଇଥିବା ବେଳେ ୟୁକ୍ରେନରୁ 208 ଭାରତୀୟ ନାଗରିକଙ୍କୁ ନେଇ ଆଜି ଦିଲ୍ଲୀ ନିକଟ ହିଣ୍ଡନ ଏୟାରବେସରେ ଅବତରଣ କରିଛି C-17 ବିମାନ । କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ଭାରତୀୟ ନାଗରିକମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ଗଙ୍ଗାରେ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ବାୟୁସେନାକୁ ସାମିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି IAF ବିମାନ ସମେତ ହଙ୍ଗେରୀ, ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ଭାରତୀୟଙ୍କୁ ନେଇ ନଅଟି ବିମାନ ଉଡ଼ାଣ ଆରମ୍ଭ କରିଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ଆଜି ଆହୁରି ୬ଟି ବିମାନ ଖୁବ୍ ଶୀଘ୍ର ଉଡାଣ ଆରମ୍ଭ କରିବା ନେଇ ନେଇ ଆଶା କରାଯାଉଛି | ଫଳରେ ମୋଟ 3000ରୁ ଅଧିକ ଭାରତୀୟ ନାଗରିକ ଭାରତରେ ପହଞ୍ଚିବା ନେଇ ଜୟଶଙ୍କର ଟ୍ବିଟ କରିଛନ୍ତି ।ମୋଟ 17,000 ଭାରତୀୟ ନାଗରିକ ୟୁକ୍ରେନରୁ ଆସି ଭାରତରେ ପହଞ୍ଚି ଥିବାବେଳେ ଏବେ ମଧ୍ୟ ଉଦ୍ଧାର ପାଇଁ ଅପରେସନ୍ ଗଙ୍ଗା ଅଧୀନରେ ବିମାନ ବୃଦ୍ଧି କରାଯାଇଛି ।

Related Posts