ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ କେନ୍ଦ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ସରକାର ଓ କେନ୍ଦ୍ର ମଧ୍ୟରେ ଚାଲିଥିବା ବିବାଦ ଆହୁରି ଉଗ୍ର ରୂପ ନେବାକୁ ଯାଉଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତ ମାସରେ ସେ ଚାକିରିରୁ ଇସ୍ତଫା ଦେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ବତନ୍ତ୍ର ପରାମର୍ଶଦାତା ଅଛନ୍ତି । ସୂଚନା ଅନୁଯାୟୀ, କେନ୍ଦ୍ର ଦେଇଥିବା ନୋଟିସର ଉତ୍ତର ମାସକ ମଧ୍ୟରେ ଦାଖଲ କରିବା ଲାଗି ତାଙ୍କୁ ଏକ ପତ୍ରରେ କୁହାଯାଇଛି। ଗତ ମେ ୩୧ରେ ତାଙ୍କୁ ପ୍ରଥମ ନୋଟିସର ଉତ୍ତର ଦେବାକୁ କୁହାଯାଇଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇ ନଥିଲେ। ଫଳରେ ପର୍ସୋନେଲ ଓ ଟ୍ରେନିଂ ବିଭାଗ ପକ୍ଷରୁ ତାଙ୍କୁ ପୁଣି ଏହି ପତ୍ର ଦିଆଯାଇଛି ।ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସେ ପତ୍ରର ଉତ୍ତର ନ ରଖିବେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ନିୟମ ଅନୁଯାୟୀ ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲୁକରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏହା ସହିତ ମନ୍ତ୍ରଣାଳୟ କହିଛି ଯେ ଯଦି ଅଲପନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନଆସେ ତେବେ ତଦନ୍ତ କମିଟି ସେମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିପାରିବ। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟାସ ବାତ୍ୟା ସମୀକ୍ଷା କରିବା ପାଇଁ ବଙ୍ଗଳା ଗସ୍ତରେ ଆସିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଉପସ୍ଥିତ ନଥିଲେ। ଏହା ପରେ କେନ୍ଦ୍ର ସରକାର ଆଲାପାନ୍ ଙ୍କୁ ଦିଲ୍ଲୀ ଡାକିଥିଲେ। ତାଙ୍କୁ ମେ 31 ରେ ସକାଳ 10 ଟାରେ DoPT କୁ ରିପୋର୍ଟ କରିବାକୁ କୁହାଯାଇଥିଲା କିନ୍ତୁ ସେ ଆସିନଥିଲେ। ଏହା ପରେ ମଧ୍ୟ କେନ୍ଦ୍ର ସରକାର ତାଙ୍କୁ ନୋଟିସ୍ ଜାରି କରିଥିଲେ । ଏବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଏହି ଘଟଣାର କିଛି ଘଣ୍ଟା ପରେ ବାନ୍ଦୋପାଧ୍ୟାୟ ମୁଖ୍ୟ ଶାସନ ସଚିବ ଭାବରେ ଅବସର ଘୋଷଣା କରିଥିଲେ। ଏହା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା। ବନ୍ଦୋପାଧ୍ୟାୟ ୧୯୮୭ ବ୍ୟାଚର ଆଇଏଏସ୍ ଅଧିକାରୀ । ସେ ହାୱାଡ଼ା ସମେତ ଅନେକ ଜିଲ୍ଲାର ଡିଏମ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ରାଜୀବ ସିହ୍ନା ଅବସର ନେବା ପରେ ତାଙ୍କୁ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

Related Posts