କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆଗରେ କୂଅ ଓ ପଛରେ ଖାଇ ଭଳି ସ୍ଥିତିରେ ଆଣି ଛାଡ଼ି ଦେଇଛନ୍ତି: ପି ଚିଦାମ୍ବରମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପ୍ରାୟ ସମସ୍ତ ଜିନିଷର ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏହା ମଧ୍ୟରେ ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଦର କମ କରି ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏହି କ୍ରମରେ ଏବେ ପେଟ୍ରୋଲ ଦାମ ୯.୫୦ ଟଙ୍କା ଓ ଡିଜେଲ ଦାମ ୭ ଟଙ୍କା ହ୍ରାସ ପାଇଛି। ସେପଟେ କେନ୍ଦ୍ର ସରକାରଙ୍କ ଏପରି ଘୋଷଣା କରିବା ପରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆଗରେ କୂଅ ଓ ପଛରେ ଖାଇ ଭଳି ସ୍ଥିତିରେ ଆଣି ଛାଡି ଦେଇଛନ୍ତି। କେନ୍ଦ୍ର ସରକାର ଅଧିକ ଅର୍ଥ କିମ୍ବା ଅନୁଦାନ ନଦେଲେ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲର ଭାଟ୍ ଛାଡି କାରିପାରିବେ କି? ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ରାଜ୍ୟଗୁଡ଼ିକ ଦ୍ୱନ୍ଦ୍ୱ ସ୍ଥିତିରେ ଅଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଯେ ଏକ୍ସାଇଜ୍ ଡିୟୁଟି’ ବୋଲି କହିଥିଲେ। କିନ୍ତୁ, ଏହା ‘ଏକ୍ସାଇଜ୍ ଡିୟୁଟି’ ନୁହେଁ, ‘ଆଡିସ୍‌ନାଲ୍ ଏକ୍ସାଇଜ୍ ଡିୟୁଟି’ ହ୍ରାସ। ଯାହା ରାଜ୍ୟମାନଙ୍କୁ ଦିଆଯାଏ ନାହିଁ। ପେଟ୍ରୋଲ ଏବଂ ଡିଜେଲ ଉପରେ ଶୁଳ୍କର ଅଂଶ ଭାବରେ ରାଜ୍ୟ ସରକାର ଖୁବ୍ କମ୍ ରାଜସ୍ୱ ପାଉଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହୋଇଥିବା ଭାଟରୁ ରାଜ୍ୟଗୁଡିକୁ ରାଜସ୍ୱ ମିଳୁଛି।’ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟକୁ ଟ୍ୟାକ୍ସ କମ୍ କରିବା ପାଇଁ ଅନୁରୋଧ କରିଥଇଲେ। ଟ୍ୟାକ୍ସ କମ୍ କରି ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ କହିଥିଲେ। ମୋଦିଙ୍କ ଏହି କଥାକୁ ନେଇ ଏବେ ପି.ଚିଦାମ୍ବରମ୍ ତାଙ୍କୁ ଏଭଳି ଟାର୍ଗେଟ୍ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts