ଦେଶର ପ୍ରଥମ ରାଜ୍ୟ ଭାବେ ପେଗାସସ୍ ସ୍ପାଇଓ୍ୱେରର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଛତିଶଗଡ଼ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ଭାରତର ପ୍ରଥମ ରାଜ୍ୟ ଭାବେ ପେଗାସସ୍ ସ୍ପାଇୱେୟାର ଗୁଇନ୍ଦାଗିରି ଯାଞ୍ଚ କରିବେ ଛତିଶଗଡ଼ ସରକାର । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଗୃହ ସଚିବ, ଲୋକସମ୍ପର୍କ ସଚିବ ଏବଂ ପୁଲିସ ଆଇଜିଙ୍କୁ ଏହି କମିଟିର ପ୍ରମୁଖ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ସିଏମ୍ ବାଘେଲ୍ କହିଛନ୍ତି ଯେ, ବିଜେପି ଶାସନ ସମୟରେ ପେଗାସସ୍ ସ୍ପାଇୱୟାର ତିଆରି କରିଥିବା ଇସ୍ରାଏଲ୍ର କମ୍ପାନୀ ଏନ୍ଏସ୍ଓର କିଛି ପ୍ରତିନିଧି ରାଜ୍ୟକୁ ଆସିଥିଲେ ।

ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏନଏସ୍ଓ ପ୍ରତିନିଧୀମାନେ କାହାକୁ ଭେଟିଛନ୍ତି ଏବଂ ବିଜେପି ସରକାରଙ୍କ ସହ କେଉଁ ଚୁକ୍ତି କରିଛନ୍ତି ତାହାର ଅନୁସନ୍ଧାନ ପାଇଁ ଏହି କମିଟି ଗଠନ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସମୟରେ କଣ ହୋଇଥିଲା। ଏ ବାବଦରେ ସେ ଜନସାଧାରଣଙ୍କ ଆଗରେ ସୂଚନା ରଖିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କାହାକୁ ସେ ସମୟରେ ଭେଟିଥିଲେ ଏବଂ କେଉଁମାନଙ୍କ ଟେଲିଫୋନ୍ ଟ୍ୟାପ୍ କରିବା ପାଇଁ ସରକାର ଆଦେଶ ଦେଇଥିଲେ ତାହାର ଯାଞ୍ଚ୍ ହେବ ବୋଲି ସେ କହିଛନ୍ତି ।

୨୦୧୯ ମସିହାରେ ହ୍ୱାଟସ୍‌ଆପ୍ ତରଫରୁ କିଛି ଲୋକ ପ୍ରତିନିଧି ଓ ଆକ୍ଟିଭିସ୍ଟ୍ ଙ୍କ ମୋବାଇଲକୁ ଏକ ସୂଚନା ଆସିଥିଲା। ଏହି ସୂଚନା ଅନୁସାରେ ସେମାନଙ୍କ ମୋବାଇଲ୍ ପେଗାସସ୍ ସ୍ପାଇୱେର ଦ୍ୱାରା ସଂକ୍ରମିତ ହୋଇଥିବା ଜଣାଥିଲା। ଏଥିରେ କିଛି ଦଳିତ ଅଧିକାର କର୍ମୀ  ଓ ଆଇନଜୀବୀ ମଧ୍ୟ ସାମିଲ୍ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଛତିଶଗଡ ପ୍ରଥମ ରାଜ୍ୟ ହେବ ଯେଉଁଠାରେ ପାଗସେସ୍ ମାମଲାର ଯାଞ୍ଚ ହେବ।

ଭାରତର ୩୦୦ରୁ ଅଧିକ ରାଜନେତା, ସରକାରୀ କର୍ମଚାରୀ, ସାମ୍ୱାଦିକ, ଓକିଲ ଓ ଅଧିକାର କମର୍ମୀଙ୍କ ଫୋନ୍ ହ୍ୟାକ୍  କରାଯାଇଥିବା ନେଇ ଅଭିଯୋଗ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ଏହି ଫୋନ୍ ଟ୍ୟାପିଂ ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ,ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର, ଭାରତର ପୂର୍ବତନ ଇଲେକ୍ସନ କମିଶନ ଅଶୋକ ଲବାସାଙ୍କ ଭଳି ବହୁ ଖ୍ୟାତି ସମ୍ପନ୍ନ ଲୋକଙ୍କ ଫୋନ୍ ଟ୍ୟାପିଂ କରାଯାଇଛି। 

Related Posts