ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜାନୁୟାରୀ ୫ ତାରିଖରେ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ଅବସରରେ ରାଉରକେଲାରେ ନବ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିଵା ସହ ରାଉରକେଲା ସହରରୁ ମୋ ଵସ ସେଵା ଉଦଘାଟନ କରିବେ । ଏହାସହ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ କରିଵାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଆସନ୍ତା ଜାନୁଆରୀ ୭ ତାରିଖ ଠାରୁ ରାଉରକେଲାରୁ ଭୁବନେଶ୍ୱର କମର୍ସିଆଲ ବିମାନ ଚଳାଚଳ ଆରମ୍ଭ କରିବ । ଜାନୁଆରୀ ୧୪ ତାରିଖ ଠାରୁ ସେକ୍ଟର ୧୩ ମେଲଣ ପଡ଼ିଆରେ ରାଉରକେଲା ସିଟି ଫେଷ୍ଟ ଆରମ୍ଭ ହେବ । ବିଭିନ୍ନ ମାର୍କେଟ ସହିତ ଖାଦ୍ୟ, ସେଲିବ୍ରିଟି ନାଇଟ ଅନୁଷ୍ଠିତ ହେଵ ବୋଲି ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ଜାନୁୟାରୀ ୧୨ ତାରିଖରେ ରାଉରକେଲା ସହରରେ ଟ୍ରଫି ପହଞ୍ଚିବ ବୋଲି କମିଶନର ସୂଚନା ଦେଇଛନ୍ତି ।
