କରୋନାରେ କେନ୍ଦ୍ର ମନ୍ତ୍ରୀ ଥବରଚାନ୍ଦ୍ ଙ୍କ ଝିଅଙ୍କ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଥବରଚାନ୍ଦ୍ ଗେହେଲଟଙ୍କ ଝିଅ ଯୋଗିତା ସୋଲାଙ୍କି ସୋମବାର ଦିନ ଇନ୍ଦୋରର ଏକ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ ଘଟିଛି । କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇ ଯୋଗିତା ସୋଲାଙ୍କି (୪୨) ଗତ ଏକ ସପ୍ତାହ ଧରି ଉନ୍ଦୋରର ମେଡାଣ୍ଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ମେଡିକାଲର ଜଣେ ବରିଷ୍ଠ ଅଧିକାରି କହିଛନ୍ତି । ସଂକ୍ରମଣରେ ତାଙ୍କର ଫୁସଫୁସର ୮୦% ପର୍ଯ୍ୟନ୍ତ ବ୍ୟାପିଥିଲା ଵୋଲି ହସ୍ପିଟାଲର ଡାକ୍ତର ସନ୍ଦୀପ ଶ୍ରୀବାସ୍ତବ କହିଛନ୍ତି । ସେ କହିଛନ୍ତିଯେ ଟୋକିଲଜୁମ୍ବା ଇଞ୍ଜେକ୍ସନ(କୋଭିଡ୍‌-୧୯ ଔଷଧ) ଏବଂ ଅନ୍ୟାନ୍ୟ ଜୀବନ ରଷାକାରୀ ଔଷଧ ସୋଲାଙ୍କିଙ୍କୁ ଦିଆଯିବା ସ୍ୱତ୍ତେ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ବୋଲି କହିଛନ୍ତି । ପ୍ରଥମେ ଗେହେଲଟଙ୍କ ଝିଅକୁ ଉଜାନି ହସ୍ପିଟାଲକୁ ନିଆଯାଇଥିଲା ପରେ ତାଙ୍କ ଅବସ୍ତା ଖରାପ ହେବାରୁ ଇନ୍ଦୋର କୁ ସ୍ତାନାନ୍ତରିତ କରାଯାଇଥିଲା । ସୋଲାଙ୍କି ଘରେ ରହୁଥିଲେ ଏବଂ ତାଙ୍କର ସ୍ୱାମୀ ଓ ଦୁଇ ପିଲା ଅଛନ୍ତି ଗୋଟେ ଝିଅ ୨୩ ବର୍ଷର ଓ ୨୦ ବର୍ଷର ପୁଅ ଅଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜ୍ୟ ବିଜେପି ସଭାପତି ଭି ଡି ଶର୍ମା ଏବଂ ଅନ୍ୟାନ ଦଳର ନେତା ତଥା ମନ୍ତ୍ରୀମାନେ ସୋଲାଙ୍କିଙ୍କ ମୃତକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି ।

Related Posts