(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ମହାମାରୀ କରୋନା ସାରା ଦେଶକୁ ତାଣ୍ଡବ ରଚି ଦୋହଲାଇ ଦେଉଛି । । ଏସବୁ ଭିତରଃ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ବଡ ଘୋଷଣା କରିଛନ୍ତି । ଦିଲ୍ଲୀରେ କରୋନା ରେ କେହି ମୃତ୍ୟୁବରଣ କଲେ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ଆର୍ଥୀକ ସହଯୋଗ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ୧୦ କିଲୋ ରାସନ ରାସନ କାର୍ଡଧାରୀଙ୍କୁ ମାଗଣା ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି । ଏବଂ ଯାହାର ରାସନକାର୍ଡ ନାହିଁ ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । କରୋନା ମହାମାରୀ ସମୟରେ ଦିଲ୍ଲୀବାସୀଙ୍କ ପାଇଁ ଏଭଳି ଘୋଷଣା ଆସ୍ୱସ୍ଥି ପ୍ରଦାନ କରିବ ବୋଲି କହିଛନ୍ତି ।ସୂଚନାଯୋଗ୍ୟ ଓଡିଶା ସମେତ କିଛି ରାଜ୍ୟ ପୂର୍ବରୁ ମୃତ୍ୟୁବରଣ କରୁଥିବା ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇ ପେନସନ ଓ ତାଙ୍କର ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।
Related Posts
-
Copyright © SatyaPatha2021