ସକାଳ ୧୧ଟାରେ ଦିଲ୍ଲୀରେ ସିବିଆଇ ନିକଟରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ସିବିଆଇ ପୁଣି ଥରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ୍ ଜାରି କରିଛି । ଆଜି ହାଜର ହେବା ନେଇ ନୋଟିସ୍ କରିଥିବା ବେଳେ, ଦିଲ୍ଲୀ ଏକ୍ସାଇଜ୍ ପଲିିସିକୁ ନେଇ ମନୀଷ ସିସୋଦିଆଙ୍କୁ ଆଜି ସକାଳ ୧୧ଟାରେ ଦିଲ୍ଲୀରେ ସିବିଆଇ ନିକଟରେ ହାଜର ହେବାକୁ ପଡ଼ିବ ।

ଦିଲ୍ଲୀ ଏକ୍ସସାଇଜ୍ ପଲିସି ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ୨ଟି ପ୍ରମୁଖ ମାମଲା ରହିଛି । ମନୀଷ ସିସୋଦିଆଙ୍କ ବିରୋଧରେ ଅଭିଯୋଗ ଅଛି ଯେ ଯେତେବେଳେ ଦିଲ୍ଲୀ ଅବକାରୀ ବିଭାଗ ଦ୍ବାରା ମଦ ଦୋକାନକୁ ଲାଇସେନ୍ସ ଜାରି କରାଗଲା ସେତେବେଳେ ମନୀଷ ସିସୋଦିଆଙ୍କ ଦ୍ବାରା ପ୍ରାଇଭେଟ୍ ଭେଣ୍ଡର୍ସଙ୍କୁ ୧୪୪ କୋଟି ୩୬ ଲକ୍ଷ ଟଙ୍କାର ଫାଇଦା ପହଞ୍ଚାଯାଇଛି । କାରଣ ଏହି ସମୟରେ ସେତିକି ମୂଲ୍ୟର ଲାଇସେନ୍ସ ଛାଡ଼ କରାଯାଇଛି ।

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ନିକଟରେ ED ସମୀର ମହେନ୍ଦ୍ରଙ୍କୁ ଗିରଫ କରିଛି। ସମୀର ମହେନ୍ଦ୍ରୁ ହେଉଛନ୍ତି ମନୀଷ ସିସୋଦିଆଙ୍କ ନିକଟତର ବ୍ୟକ୍ତି। ସିବିଆଇର ସମନ ମିଳିବା ପରେ ମନୀଷ ସିସୋଦିଆ ଟ୍ବିଟ୍ କରିଛନ୍ତି ଯେ ତାଙ୍କ ଘରେ ୧୪ ଘଣ୍ଟା ସିବିଆଇ ରେଡ୍ ହୋଇଥିଲେ ମଧ୍ୟ କିଛି ମିଳିନଥିଲା। ତାଙ୍କର ବ୍ୟାଙ୍କ ଲକର ଯାଞ୍ଚ କରାଯାଇଥିଲେ ମଧ୍ୟ କିଛି ମିଳିନଥିଲା । ତାଙ୍କ ଗାଁରୁ ମଧ୍ୟ ସିବିଆଇକୁ କିଛି ମିଳିନଥିଲା।

ଆଉ ତାଙ୍କୁ ସିବିଆଇ ମୁଖ୍ୟାଳୟକୁ ଡକାଯାଇଛି। ସେ ଯିବେ ଏବଂ ପୁରା ସହଯୋଗ କରିବେ ବୋଲି ମନୀଷ ସିସୋଦିଆ ଟ୍ବିଟ୍ କରିଛନ୍ତି। ଦିଲ୍ଲୀ ଏକ୍ସାଇଜ୍ ପଲିସିକୁ ନେଇ ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ମନୀଷ ସିସୋଦିଆଙ୍କ ନାଁ ସବୁଠୁ ଉପରେ ଅଛି ।

Related Posts