ତାଲିବାନ୍‌କୁ ମନ୍ୟତା ଦେବାକୁ ସିଧାସିଧା ମନା କରିଦେଲା ୟୁରୋପିଆନ୍‌ ୟୁନିୟନ୍‌, କଠୋର ସର୍ତ୍ତ ସହ ମିଳିପାରେ ବିକାଶମୁଳକ କାର୍ଯ୍ୟ ପାଇଁ ସହାୟତା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର :  ଆଫଗାନିସ୍ତାନକୁ କବ୍‌ଜାକୁ ନେବା ପରେ ତାଲିବାନ୍‌କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି । ୟୁରୋପିଆନ୍‌ ୟୁନିୟନ୍ ତାଲିବାନ୍‌କୁ ମାନ୍ୟତା ଦେବାକୁ ମନା କରିଦେଇଛି ।  ଏ ନେଇ ଷ୍ପଷ୍ଟ କରିଛନ୍ତି ଇୟୁ ଅଧ୍ୟକ୍ଷା ଉର୍ସୁଲା ଭୋନ । ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆଫଗାନିସ୍ଥାନରେ ଫସିଥିବା ଲୋକ ମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନ୍ତରଣ କରିବା ପାଇଁ ତାଲିବାନ ସହିତ କଥାବାର୍ତ୍ତା ଜରୁିରୀ କିନ୍ତୁ ଏହାର ଅର୍ଥ ନୁହେଁ ଯେ ତାଲିବାନ ସହିତ କୌଣସି ରାଜନୈତିକ ସଂମ୍ପର୍କ ସ୍ଥାପନ ହେବ । ଆଫଗାନିସ୍ତାନକୁ ସପ୍ତାହେ ପୂର୍ବରୁ ତାଲିବାନ୍‌ କବ୍‌ଜାକୁ ନେଇଛି । ଯାହାକୁ ନେଇ ୟୁନିଅନ୍‌ ଏହି ବୟାନ ଜାରି କରିଛି । ଲିୟେନ୍‌ କହିଛନ୍ତି ଯେ, ଚଳିତ ବର୍ଷ ଆଫଗାନିସ୍ତାନ ପାଇଁ ୫୭ ମିଲିୟନ୍‌ ୟୁରୋ ଦିଆଯିବାକୁ ଅନୁମତି ଦିଆଯାଇଥିଲା । ୟୁନିଅନ୍‌ ମାନବଧିକାରର ସୁରକ୍ଷା ଏବଂ ଏହାକୁ କାର୍ଯ୍ୟକାରୀ କରିବକୁ ପ୍ରତିବଦ୍ଧ । ସଂଖ୍ୟାଲଘୁଙ୍କୁ ଭଲରେ ଜୀବନ ଯାପନ କରିବା ଏବଂ ମହିଳା ଓ ଯୁବତୀ ମାନଙ୍କୁ ସମ୍ମାନ ଦେବା ପାଇଁ ୟୁନିୟନ୍‌ ସର୍ବଦା କାର୍ଯ୍ୟ କରିଆସୁଛି ।

ୟୁରୋପିଅନ୍‌ କମିଶନ୍‌ ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତାଲିବାନ୍‌ ଦ୍ୱାରା ଦିଆଯାଇଥିବା ଭଲ ଭଲ ପ୍ରତିଶୃତି ଉପରେ ବିଚାର କରିପାରୁ କିନ୍ତୁ ଏହାର ପ୍ରତ୍ୟକ କାମକୁ ଆମେ ଭଲରେ ତର୍ଜମା କରିବୁ। କମିଶନ ୟୁରୋପିଅନ୍‌ ଦେଶଙ୍କୁ ଅର୍ଥ ଦେବାକୁ ପ୍ରସ୍ତୁତ ଥିଲା । ଯାହାକି ପ୍ରବାସୀ ମାନଙ୍କୁ ମଧ୍ୟ ସହାୟତା ହେଉଥିଲା । ପ୍ରବାସୀ ମାନଙ୍କୁ ପୁନର୍ବାସ କରିବାକୁ ନେଇ ପୁଣିଥରେ ଜି 7 ବୈଠକରେ ମୁଦ୍ଦା ଉଠାଇବେ ବୋଲି ନିୟେନ୍‌ କହିଛନ୍ତି ।    

ସୂଚନା ଥାଉକି 2015 ମସିହାରେ, ଯେତେବେଳେ ୟୁରୋପୀୟ ଦେଶମାନଙ୍କରେ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସିରିଆ, ଆଫଗାନିସ୍ତାନ ଏବଂ ଇରାକର ଥିଲେ। ସେହି ସମୟରେ ୟୁଏଇ ତୁର୍କୀ ସହିତ ଏକ ଚୁକ୍ତି କରିଥିଲା, ଏହି ଚୁକ୍ତି ଅନୁଯାୟୀ ଅନେକ ପ୍ରବାସୀଙ୍କୁ ନିଜ ଅଞ୍ଚଳରେ ଆଶ୍ରୟ ନେବାକୁ ଅନୁମତି ଦେଇଥିଲା ଏବଂ ୟୁରୋପୀୟ ଦେଶକୁ ଆସୁଥିବା ପ୍ରବାସୀ ସଂଖ୍ୟାକୁ ହ୍ରାସ କରିଥିଲା।  ତାଲିବାନ ଉପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ଆଫଗାନିସ୍ତାନରେ ଏହାର ସମାଧାନ ପାଇଁ ବ୍ରିଟେନର କୂଟନୈତିକ ପ୍ରୟାସ ଜାରି ରହିଛି, ଆବଶ୍ୟକ ହେଲେ ତାଲିବାନ ସହ କାମ କରିବାର ବାଟ ମଧ୍ୟ ଖୋଲିପାରୁ। 

Related Posts