ଅଗ୍ନିଶମ ବାହିନୀ ନାଁ ବଦଳି ହେବ ଅଗ୍ନିଶମ ଏମର୍ଜେନ୍ସି ବିଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଦଳିବ ଅଗ୍ନିଶମ ବାହିନୀ ନାଁ I ଅଗ୍ନିଶମ ବାହିନୀ ନାଁ ପରିବର୍ତ୍ତେ ଅଗ୍ନିଶମ ଏମର୍ଜେନ୍ସି ବିଭାଗ ରଖାଯିବ I ରାଜ୍ୟ ସରକାର ଅଗ୍ନିଶମ ବିଭାଗ ପାଇଁ ୪୦୦ କୋଟିର ଖର୍ଚ୍ଚ ପାଇଁ ଆକଳନ କରିଛନ୍ତି I ତେବେ କେନ୍ଦ୍ର ଅଗ୍ନିଶମ ବିଭାଗକୁ ରାଜ୍ୟ ଅଗ୍ନିଶମ ବିଭାଗର ଉନ୍ନତିକରଣ ପାଇଁ ୨୪୬ କୋଟି ପ୍ରଦାନ ପାଇଁ ଏକ୍ ଚିଠା ପ୍ରସ୍ତୁତ କରାଯାଇଛି।

ତେବେ ନାଁ ବଦଳିବା ସହିତ ଅଗ୍ନିଶମ ବାହିନୀର କାମ ମଧ୍ୟ କିଛି ବଦଳିବା ନେଇ ସୂଚନା ମିଳିଛି । ଆଗକୁ ଅଗ୍ନିଶମ ବିଭାଗ କେବଳ ନିଆଁ ଲିଭା ନୁହେଁ ବରଂ ଏନଡିଆରଏଫ କରୁଥିବା କାର୍ଯ୍ୟ ଠାରୁ ଅଧିକ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି I ଏଥିପାଇଁ ଅଗ୍ନିଶମ ବାହିନୀର ଯବାନ ମାନଙ୍କୁ ସ୍ଵତନ୍ତ୍ର ତାଲିମ ମଧ୍ୟ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି। ଏହା ସହିତ କଟକ ଭୁବନେଶ୍ଵରରେ ଲୋକଙ୍କୁ ଆପାତଃକାଳୀନ ସେବା ଯୋଗାଇଦେବାକୁ ୨୦୦ସ୍ଵତନ୍ତ୍ର ଅଗ୍ନିଶମ ବାହିନୀ ପ୍ରସ୍ତୁତ କରିବାକୁ ଉନ୍ନୟନ କମିଶନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି ।

Related Posts