ଅଭେଦ୍ୟ ଦୂର୍ଗ ପଞ୍ଜଶୀର ଉପତ୍ୟକାକୁ ଦଖଲ କଲା ତାଲିବାନ୍‌ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ ତାଲିବାନ ପାଇଁ ଅଭେଦ୍ୟ ଦୁର୍ଗ ଥିବା ପଞ୍ଜଶୀର ଗଡ଼କୁ ସମ୍ପୂର୍ଣ୍ଣ ରୂପେ ଅକ୍ତିଆରକୁ ନେଇଛି ତାଲିବାନ। ଅନେକ ଦିନର ଯୁଦ୍ଧ ପରେ ଶେଷରେ ପଂଜଶିର ଗଡକୁ କବଜା କରିଥିବା ନେଇ ତାଲିବାନ୍ ଦାବି କରିଛି । ଏନେଇ ତାଲିବାନର ପ୍ରବକ୍ତା ଜିବହୁଲ୍ଲା ମୁଜାହିଦ୍ ଟୋଲୋ ନ୍ୟୁଜକୁ କହିଛନ୍ତି ।

ପଂଜଶିର ଘାଟିରେ ତାଲିବାନର ପତାକା ଉଡିବା ସହ ପଂଜଶିର ଗଭର୍ଣ୍ଣର ହାଉସ୍ ବାହାରେ ବି ତାଲିବାନୀ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ଦେଖିବାକୁ ମିଳିଥିବା ନେଇ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। 

ରିପୋର୍ଟ ଅନୁଯାୟୀ, ରବିବାର ତାଲିବାନ ପାକିସ୍ତାନ ସହଯୋଗରେ ପଂଜଶିର ଉପରେ ଡ୍ରୋନ ଆକ୍ରମଣ କରିଥିଲା। ଏଥିରେ ପଂଜଶିରର ନର୍ଦ୍ଦନ ଏଲାଏନ୍ସର ଚିଫ୍ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ନେଇ ତାଲିବାନ୍ ପ୍ରବକ୍ତା ଦାବି କରିଛନ୍ତି। ଅଗଷ୍ଟ ୧୫ ତାରିଖରେ ତାଲିବାନ୍ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେବା ପରେ ମଧ୍ୟ ପଂଜଶିରକୁ ଦଖଲ କରିପାରିନଥିଲା । 

ତେବେ ତାଲିବାନ ପଂଜଶିର ମୁଖ୍ୟ ଅହମଦ୍ ମାସୁଦଙ୍କ ସହ ଆଲୋଚନା କରିଥିଲେ ବି କିଛି ସୁଫଳ ମିଳି ନଥିଲା। ତାଲିବାନ ପକ୍ଷରୁ ପଂଜଶିର ଗଡରେ ବାରମ୍ବାର ଆକ୍ରମଣ କରାଯାଇଥିଲା ଓ ପ୍ରତିପକ୍ଷରୁ ଆକ୍ରମଣରେ ଅନେକ ତାଲିବାନି ନିହତ ହୋଇଥିଲେ । 

ରବିବାର ଘାଟି ଉପରେ ବାରମ୍ବାର ଡ୍ରୋନ ଆକ୍ରମଣ ପରେ ଏନଆରଏଫ୍ ମୁଖ୍ୟ ଅହମଦ ମାସୁଦ ମଧ୍ୟ ନରମି ଯାଇଛନ୍ତି। ମାସୁଦ କହିଛନ୍ତି ଯେ, ଯଦି ତାଲିବାନ ଯୁଦ୍ଧ ବନ୍ଦ କରି କମାଣ୍ଡୋଙ୍କୁ ପ୍ରତ୍ୟାହାର କରେ, ତେବେ ସେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଏହାସହ ପଂଜଶିରରେ ଥିବା ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସାଲେହ ମଧ୍ୟ ଜାତିସଂଘକୁ ସାହାଯ୍ୟ ପାଇଁ ଅପିଲ କରିଛନ୍ତି ।

Related Posts