ଯେଉଁ ଭଲପାଇବା ମା’ଙ୍କ ଠାରୁ ମିଳିଛି, ତାକୁ ସାରା ଦେଶରେ ବାଣ୍ଟୁଛି; ସୋନିଆଙ୍କ ସହ ଫଟୋ ପୋଷ୍ଟ କରି ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଶନିବାର ସକାଳୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି । ତେବେ ଦିଳ୍ଲୀରେ ପଦଯାତ୍ରା ପହଂଚିବା ପରେ ବହୁ ଉତ୍ସାହର ସହିତ ହଜାର ହଜାର କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଛନ୍ତି। ତେବେ କେବଳ କଂଗ୍ରେସ କର୍ମୀ ନୁହନ୍ତି ଆଜି ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପୁଅ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଆଜି ଚାଲିଛନ୍ତି ସୋନିଆ । କେବଳ ମା’ ସୋନିଆ ନୁହଁନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିଲ୍ଲୀରେ କଂଗ୍ରେସର ଏହି ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି ।

ତେବେ ଏହି ଯାତ୍ରାରେ ସାମିଲ ହେବା ପରେ ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କ ସହ ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଯେଉଁ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେସ ଭାଇରାଲ ହେବାରେ ଲାଗିଛି । ଫଟୋ ପୋଷ୍ଟ କରିବା ସହ ରାହୁଲ ଗାନ୍ଧୀ ଏକ ଭାବପ୍ରବଣ କଲା ଭଳି କ୍ୟାପସନ ମଧ୍ୟ ଲେଖିଛନ୍ତି । ରାହୁଲ କ୍ୟାପସନରେ ଲେଖିଛନ୍ତି, ଯେଉଁ ଭଲପାଇବା ମୋ ମା’ଙ୍କ ଠାରୁ ମିଳିଛି, ସେହି ଭଲପାଇବା ମୁଁ ପୂରା ଦେଶକୁ ବାଣ୍ଟୁଛି । ଏହି ଫଟୋରେ ରାହୁଲ ନିଜ ମା’ ସୋନିଆଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି । ତେବେ ଭାରତ ଯୋଡ ଯାତ୍ରା ଆରମ୍ଭ ହେବା ପରେ ଖୁବ୍ କ୍ୱଚିତ ମା’ଙ୍କୁ ଭେଟିଛନ୍ତି ରାହୁଲ । ଆଉ ଯେତେବେଳେ କଂଗ୍ରେସର ଏହି ଯାତ୍ରା ଦିଲ୍ଲୀରେ ପହଞ୍ଚିଛି ସେତେବେଳେ ରାହୁଲଙ୍କ ସହ ଏହି ଯାତ୍ରାରେ ଯୋଡି ହୋଇଛନ୍ତି ସୋନିଆ ଗାନ୍ଧୀ ।

ସୋନିଆଙ୍କ ସହ ଯାତ୍ରାରେ ଆଗକୁ ବଢୁଥିବା ବେଳେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ ରାହୁଲ । ମା’ ସୋନିଆ ଗାନ୍ଧୀ ମଧ୍ୟ କିଛି ବାଟ ଚାଲିବା ପରେ ପୁଣିଥରେ ଆଗକୁ ବଢିଛନ୍ତି ରାହୁଲ । ଆଉ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହେବା ପରେ କଂଗ୍ରେସ କର୍ମୀ ମଧ୍ୟ ବେଶ ଉତ୍ସାହିତ ନଜର ଆସିଥିଲେ ।

Related Posts