
ରାୟପୁର: ବିଜାପୁର ବ୍ଲକ କାନ୍ଦୁଲନାର ପଞ୍ଚାୟତରେ ନକ୍ସଲଙ୍କ ବର୍ବର କାଣ୍ତ । ଜଣେ ଗ୍ରାମବାସୀଙ୍କୁ ଅପହରଣ କରି ପରେ ବିଭତ୍ସ ହତ୍ୟା କରିଛନ୍ତି | ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନାଅନୁସାରେ, ସୋମବାର ବିଳମ୍ବିତ ରାତିରେ ବିଜାପୁର ବ୍ଲକ କାନ୍ଦୁଲନାର ପଞ୍ଚାୟତରୁ ୨ ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ ନକ୍ସଲ । ତେବେ ସେମାନଙ୍କ ମଧ୍ୟରୁ ଗତକାଲି(ମଙ୍ଗଳବାର) ଜଣକୁ ହତ୍ୟାକରି ଜଙ୍ଗଲରେ ଫିଙ୍ଗିଦେଇଥିଲେ ନକ୍ସଲ । ମଙ୍ଗଳବାର ଅପରାହ୍ନ ୨ଟା ସମୟରେ ଅପହରଣ କରିଥିବା ସତ୍ୟମ୍ ପୁଲେସଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟାକରିଥିଲେ ଏବଂ ଅନ୍ୟ ଏକ ଅପହରଣକାରୀ ଭୀମାକୁ ମୁକ୍ତ କରିଥିଲେ । ଏହି ସମସ୍ତ ଘଟଣା ମୋଦକପାଲ ଥାନା ଅଞ୍ଚଳର ଅଟେ ।କୁହାଯାଉଛି ଯେ, ନକ୍ସଲମାନେ ପ୍ରଥମେ ଦୁଇ ଗ୍ରାମବାସୀଙ୍କୁ ଅପହରଣ କରି ନିକଟସ୍ଥ ଜଙ୍ଗଲ ଆଡକୁ ନେଇଯାଇଥିଲେ । ଗ୍ରାମର କୌଣସି ବିଷୟରେ ନିଷ୍ପତ୍ତି ନେବା ନେଇ ସତ୍ୟମ୍ ପୁଲେସଙ୍କୁ(୨୫) ହତ୍ୟା କରିଥିଲେ ଏବଂ ଅନ୍ୟଜଣେ ଗ୍ରାମବାସୀ ଭୀମାକୁ ନକ୍ସଲମାନେ ଛାଡି ଦେଇଥିଲେ ।
ତେବେ ଏହି ଘଟଣାକୁ ନେଇ ବିଜେପୁର ଡିଏସପି ଆଶିଷ କୁଞ୍ଜାମ କହିଛନ୍ତି ଯେ, ଏହି ଘଟଣା ମୋଦକପାଲ ଥାନା ଅଞ୍ଚଳର ଅଟେ । ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ମୋଦକପାଲଙ୍କ ଟିଆଇ ମଧ୍ୟ ଏହି ଘଟଣାକୁ ନେଇ କହିଛନ୍ତି ଯେ, ମୃତ ସତ୍ୟମ ପାଲଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଭୀମାକୁ ପଚରାଉଚରା ଜାରି ରଖିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି |