ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ଅଲିମ୍ପିକ ଖେଳାଳି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ଟୋକିଓ ଅଲିମ୍ପିକରେ ଭାଗ ନେଇଥିବା ଭାରତର ସବୁ ଖିଲାଡିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଲାଲ୍ କିଲ୍ଲାକୁ ଆମନ୍ତ୍ରଣ କରିବେ। ପ୍ରଧାନମନ୍ତ୍ରୀ ସେହି ଦିନ ବ୍ୟକ୍ତିଗତ ଭାବେ ସମସ୍ତ ଅଲିମ୍ପିଆନଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଏବଂ ଆଲୋଚନା କରିବେ । ଲାଲକିଲ୍ଲାକୁ ନିମନ୍ତ୍ରଣ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଭାରତୀୟ ଅଂଶଗ୍ରହଣକାରୀଙ୍କୁ ତାଙ୍କ ବାସଭବନକୁ ମଧ୍ୟ ନିମନ୍ତ୍ରଣ କରିବେ।

ଭାରତ ଇତିହାସରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଇଥିବା ସମସ୍ତ କ୍ରୀଡ଼ାବିତ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାକୁ ସ୍ୱତନ୍ତ୍ର ଅତିଥି ଭାବରେ ନିମନ୍ତ୍ରିତ ହେବେ।

ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତର ୨୨୮ ଜଣିଆ ସଦସ୍ୟ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି, ଯେଉଁଥିରେ ୧୨୦ ଜଣ ଖେଳାଳି ସାମିଲ୍ ଅଛନ୍ତି। ଭାରତୀୟ ଦଳରେ ପିଭି ସିନ୍ଧୁ, ମନୁ ଭାକର, ଏମସି ମ୍ୟାରୀ କମ୍, ମୀରାବାଇ ଚାନୁ, ଦୀପିକା କୁମାର ଆଦି ଖେଳାଳି ସାମିଲ୍‌ ଅଛନ୍ତି।

ସୋମବାର ଭାରତୀୟ ମହିଳା ହକି ଟିମ୍ ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରା ପହଞ୍ଚି ଇତିହାସ ରଚିଥିଲା। ସେହିପରି ପିଭି ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ହରାଇ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିଲେ। ଅଲିମ୍ପିକ୍ସରେ ସିନ୍ଧୁଙ୍କର ଏହା ଦ୍ୱିତୀୟ ବ୍ୟକ୍ତିଗତ ମେଡାଲ୍‌ ଥିଲା।

ସୂଚନା ଥାଉକି , ଭାରୋତ୍ତୋଳନରେ ମୀରାବାଇ ଚାନୁ ରୌପ୍ୟ ଓ ବ୍ୟାଡମିଣ୍ଟନରେ ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତ ୨ ପଦକ ସହ ତାଲିକାର ୬୩ତମ ସ୍ଥାନରେ ରହିଛି।

Related Posts