ସାମ୍ନାକୁ ଆସିଲା ଝାରସୁଗୁଡ଼ାର ଦ୍ୱିତୀୟ ଦିନର ଭୋଟ ଗଣତି ଫଳାଫଳ; ସବୁ ଜିଲ୍ଲା ପରିଷଦ ଆସନରୁ ବିଜେଡି ବିଜୟୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ଏହା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ୱିତୀୟ ଦିନର ଗଣତି ଫଳାଫଳ ସାମ୍ନାକୁ ଆସିଛି । ଯେଉଁଥିରେ ୩ଟି ଜିଲ୍ଲା ପରିଷଦ ଆସନ ଲାଗି ଭୋଟ ଗଣତି ହୋଇଛି । ତେବେ ସମସ୍ତ ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ ହୋଇଛି । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ବିରୋଧୀ ଶାସକ ଦଳର ବିଜୟକୁ ସହ୍ୟ ନକରିପାରି କଡ଼ା ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଜୋନ-୨ରେ ବିଜେଡି ପ୍ରାର୍ଥୀନୀ ଅଞ୍ଜୁକ୍ତା ବେହେରା ୮୪୯୨ ଭୋଟରେ ବିଜୟ ଲାଭ କରିଛନ୍ତି ।

ଯେଉଁଠି ବିଜେପି ପ୍ରାର୍ଥୀ ସଂଯୁକ୍ତା ଓରାମ ୬୩୦୨ ଓ କଂଗ୍ରେସ ପ୍ରାର୍ଥୀ ସନ୍ତୋଷିନୀ କିଷାନ ୭୬୩ ଭୋଟ ପାଇଛନ୍ତି । ସେହିପରି ଲଖନପୁର ବ୍ଲକ ଜୋନ-୨ରେ ବିଜେଡି ପ୍ରାର୍ଥୀ ଅକ୍ଷୟ ସାହୁ ୧୭୭୩୩ ଭୋଟରେ ବିଜୟ ଲାଭ କରିଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ଉତ୍ତମ ନେଗୀ ୬୯୬୨ଟି ଭୋଟ, କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇ ୮୭୬ଟି ଭୋଟ ଓ ସିପିଆଇ ପ୍ରାର୍ଥୀ ଯୋଗୀନ୍ଦ୍ର ମାଝୀ ୧୨୨୯କ ଭୋଟ ପାଇଛନ୍ତି । ସେହିପରି ଝାରସୁଗୁଡ଼ା ବ୍ଲକ ଜୋନ-୨ରେ ବିଜେଡି ପ୍ରାର୍ଥୀ ଦିଗାମ୍ବର ଭୋଇ ୧୫୯୦୨ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ବିଜେପି ପ୍ରାର୍ଥୀ ହେମରଞ୍ଜନ ସିଂହ ୬୮୧୭ଟି ଭୋଟ, କଂଗ୍ରେସ ପ୍ରାର୍ଥୀ ଜଗଦୀଶ ପାତ୍ର ୬୬୯ଟି ଭୋଟ ପାଇଛନ୍ତି ।

Related Posts