
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିନକୁ ଦିନ କରୋନା ଭୂତାଣୁ ହୁ ହୁ ହୋଇ ବଢୁଥିବା ବେଳେ ପ୍ରତିଦିନ ସଂଖ୍ୟାଧିକ ସଂକ୍ରମିତ ମାମଲା ଚିହ୍ନଟ ହେଉଛି | କରୋନା ନିୟମ ଉଲ୍ଲଘଂନ ଅଭିଯୋଗରେ ଗତକାଲି ଭୁବନେଶ୍ୱର ମହାନଗର ନିଗମ ତରଫରୁ ମାର୍କେଟ ବିଲ୍ଡିଂକୁ ସିଲ କରାଯାଇଥିଲା | ଆଜି ୭ ଦିନ ପାଇଁ ଭୁବନେଶ୍ୱର କୋର୍ଟ ଜୁଡିସିଆଲ କଂପ୍ଲେକ୍ସକୁ ସିଲ୍ କରାଯାଇଛି । ଆଜିଠାରୁ ୭ ଦିନ ପାଇଁ ଅର୍ଥାତ ଆସନ୍ତା ମେ’ ୫ ତାରିଖ ପର୍ଯ୍ୟନ୍ତ କୋର୍ଟ ସିଲ୍ କରାଯାଇଛି। କୋର୍ଟ ରେ କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ପରେ BMC ତରଫରୁ ଜୁଡିସିଆଲ କଂପ୍ଲେକ୍ସକୁ ସିଲ୍ କରାଯାଇଥିବା ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଦୈତନଗରୀ ସତେ ଯେମିତି ଏବେ covid-19 ର ଉତ୍ତପ୍ତ ପିଣ୍ଡ ପାଲଟିଯାଇଛି | ଭୁବନେଶ୍ୱର ଓ କଟକ ରେ ଏବେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉଭାହେଲାଣି ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଲେଣି | ଏବେ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ ର ବାସୀନ୍ଦାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । କିନ୍ତୁ କିଛି ଅମାନିଆଙ୍କ ପାଇଁ ସ୍ଥିତି ଏବେ ଜଟିଳ ଆଡକୁ ଗତି କରିବାକୁ ଯାଉଛି | କରୋନା କଟକଣା ଓ ନୀତି ନିୟମକୁ ନାମାନିଲେ ଆଗକୁ ଯେ ଭୟଙ୍କର ସ୍ଥିତି ନଉପୁଜିବ ତାହାକୁ ଏଡ଼ାଇଦେଇ ହେବନାହିଁ |