ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ ‘ବିଦ୍ରୋହୀ’

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ୧୮୧୭ ମସିହାରେ ଓଡିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିଦ୍ରୋହର କାହାଣୀ ‘ଷ୍ଟାର୍‌ ପ୍ଲସ୍‌’ ଟିଭି ଚାନେଲ୍‌ ରେ ନୂଆ ଧାରାବାହିକ ରୂପରେ ଦେଖିବାକୁ ମିଳିବ। ଏହି ଧାରାବାହିକର ଶୀର୍ଷକ ରହିଛି ‘ବିଦ୍ରୋହୀ’ । ଆସାଧାରଣ ବିରତ୍ୱ ଏବଂ ଐତିହାସିକ କଥାକୁ ନେଇ ଏହି ଧାରାବାହିକ ପ୍ରସାରଣ ହେବାକୁ ଯାଉଛି। ‘କଥା ପ୍ରଡକ୍‌ସନ୍‌’ର ପ୍ରଯୋଜନାରେ ବ୍ରିଟିସ୍‌ ଶାସନ କାଳର ଏହି କାହାଣୀ ଏବେ ସାରା ଦେଶ ଦେଖିବ। ଏହି ଧାରାବାହିକ ଜରିଆରେ ଓଡ଼ିଶରେ ସ୍ବାଧୀନତା ସଂଗ୍ରାମର ଆଦ୍ୟକାଳର ଘଟଣାବଳୀକୁ ପୁଣି ଥରେ ଉଜାଗର କରିବ।

ଏହି ଧାରାବାହିକର କାହାଣୀ ଦୁଇ ରାଜକୁମାରୀ ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା କିପରି ଏକାଠି ହୋଇ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ କରୁଛନ୍ତି ତାହା ଦର୍ଶାଯାଇଛି । ଏହି ଧାରାବାହିକରେ ଓଡ଼ିଶାର ତିତ୍କାଳୀନ ଇତିହାସର ଝଲକ ଦେଖିବାକୁ ମିଳିବ। ନିକଟରେ ରିଲିଜ ହୋଇଥିବା ପ୍ରୋମୋରେ ଶରଦ ମଲହୋତ୍ରାଙ୍କୁ ଖୋର୍ଦ୍ଧା ୧୮୪୭ର ଐତିହାସିକ ପାଇକା ବିଦ୍ରୋହର ନେତା ବକ୍ସି ଜଗବନ୍ଧୁଙ୍କ ଚରିତ୍ରରେ ଦେଖିବାକୁ ମିଳିଛି। ବକ୍ସି ଜଗବନ୍ଧୁ ଥିଲେ ରୋଢ଼ଙ୍ଗର ଜମିଦାର । ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ମନୋନୀତ କରିଥିଲେ। ବକ୍ସିଙ୍କ ନେତୃତ୍ୱରେ ପ୍ରଚୁର ଟିକସ ଏବଂ କରମୁକ୍ତ ଜମିକୁ ବେଆଇନ ଭାବେ ଆକ୍ରମଣ ଏବଂ ବ୍ରିଟିଶ ନିୟମ ଦ୍ୱାରା ଲୁଣ ଉପରେ ପ୍ରତିବନ୍ଧକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।

ଯୁଦ୍ଧ ଡାକରା, ବିଦ୍ରୋହ, ମାତୃଭୂମି ଉପରେ ଅଧିକାର ସାବ୍ୟସ୍ତ ଆଦି ବିଷୟ ଉପରେ ଆଧାରିତ ଏହି ଧାରାବାହିକ କିଂବଦନ୍ତିରେ ଲୁଚି ରହିଥିବା ସେହି ବୀରତ୍ବର ଗାଥାକୁ ପୁଣି ଥରେ ଲୋକ ଲୋଚନକୁ ଆଣିବ। ଅଭିନେତା ଶରଦଙ୍କ ବ୍ୟତୀତ ଏହି ଧାରାବାହିକରେ ସୁଲଗ୍ନା ଫାଲ୍ଗୁନୀ, ହେମା ଇଙ୍ଗ୍‌ଲେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ସୌରଭ ଗୋଖ୍‌ଲେ, ନିଖିଳ ଦାମ୍‌ଲେ, ପ୍ରିୟା ଟଣ୍ଡନ୍‌, ଡାନି ସୁର ମଧ୍ୟ ଗରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Related Posts