‘ ବିରଞ୍ଚି ଫସିଲେ ବାବୁ ବି ଫସିବେ ‘ ବିଧାନସଭାରେ ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ୍ ପରେ ବେଲ୍ ପାଇଁ ବାଟ ଫିଟି ଯାଇଥିଲା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ବହୁ ଚର୍ଚିତ ଷ୍ଟାଫ୍ ସିଲେକ୍ସନ ନିଯୁକ୍ତି ଘୋଟାଲାର କିଙ୍ଗ ପିନ୍ କୁହାଯାଉଥିବା ଅଭିଯୁକ୍ତ ବିରଞ୍ଚି ନାରାୟଣ ସାହୁଙ୍କୁ ଶେଷରେ ସର୍ତମୂଳକ ଜାମିନ ମିଳିଯାଇଛି। ବିରଞ୍ଚିଙ୍କୁ ଜାମିନ ମିଳିବାକୁ ନେଇ ଏବେ ବିଭିନ୍ନ ମହଲରେ ନାନା କଥା ଆଲୋଚନା ହେଉଛି। ଅନେକଙ୍କ ଯୁକ୍ତି ହେଉଛି ଭିଜିଲାନ୍ସ କୋହଳ ମନୋଭାବ ଦେଖାଇବାରୁ ବିରଞ୍ଚିଙ୍କୁ ଜାମିନ ମିଳିଗଲା। ଆଉ କେତେକଙ୍କ କହିବାକଥା ଯେ ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁ  ଖସିଗଲେ ନା ଖସାଇ ଦିଆଗଲା । 

କିନ୍ତୁ ଅସଲ କଥା ହେଲା ଯେ, ଯେ ବିରଞ୍ଚିଙ୍କୁ ଖାଇବା ପାଇଁ ପ୍ରଶାସନର ଉପର ସ୍ଥରରେ ନିଷ୍ପତି ନିଆଯାଇଛି। ତାହାର କାରଣ ହେଲା ଯଦି ବୀରଞ୍ଚିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଏ ତେବେ ତଦନ୍ତ ର ସମସ୍ତ ନିୟମ ମଧ୍ୟ କାର୍ଯ୍ୟକାରି ହେବ। ଏଵଂ ଏଥି ସହିତ ମାମଲାର ବିଚାର ବେଳେ ଘୋଟାଲା ର ସମସ୍ତ ଦିଗ ଓ ଷ୍ଟାଫ୍ ସିଲେକ୍ସନ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ସହ ସଂପୃକ୍ତ ସମସ୍ତ ଅଧିକାରୀ ଇନକ୍ଲୁଡ଼ିଂ କମିଶନର ବି ତଦନ୍ତ ଦାଏରା ଭିତରକୁ ଆସିବେ। 

ଏହାର ଅର୍ଥ, କେବଳ ବିରଞ୍ଚି ନାମକୁ ଆଳୁ କୁ ଫସେଇବେ ଯଦି ପୁରା ମହାଦେବ ବି ଫସିଯିବେ। ସେଥିପାଇଁ ପ୍ରଶାସନ ବହୁ ଗଣିତ କଷାକଷି କଲାପରେ ଯେଉଁ ରାସ୍ତାଟି ପାଇଲେ ସେଇଟା ହେଲା ବିରଞ୍ଚି କୁ କ୍ଲିନ୍ ଚିଟ୍ ଦିଆଯାଉ। ଏହାର ପ୍ରଥମ ପ୍ରୟୋଗ ହେଲା ଗତ ବିଧାନସଭାରେ ଗୃହ ମଧ୍ୟରେ ବିରୋଧୀଙ୍କ ଦ୍ଵାରା ଆଗତ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଲେ ସରକାର। ଏଵଂ ସରକାର ଉତ୍ତରରେ ସ୍ପଷ୍ଟ ଭାବେ କହିଲେ ଯେ ଷ୍ଟାଫ୍ ସିଲେକ୍ସନ ନିଯୁକ୍ତି ପ୍ରକ୍ରିୟାରେ କୌଣସି ହେର ଫେର ହୋଇନାହିଁ। ତାଛଡା ବିରଞ୍ଚି ସାହୁ ଙ୍କର ନିଯୁକ୍ତି ପ୍ରକ୍ରିୟାରେ ଆଦୌ କୌଣସି ଭୂମିକା ବା ସଂପୃକ୍ତି   ନାହିଁ ବୋଲି ସରକାର ଗୃହରେ ସ୍ଵୀକାର କଲେ।

ବିଧାନସଭାରେ ସରକାରଙ୍କ କ୍ଲିନ୍ ଚିଟ୍ ସ୍ଵୀକାରୋକ୍ତି ପରେ ବିରଞ୍ଚିଙ୍କୁ ବେଲ୍ ପାଇଁ ଏବଂ ନିଯୁକ୍ତି ଅଭିଯୋଗରୁ ଖସିବାପାଇଁ  ରାସ୍ତା ଖୋଲିଯାଇଥିଲା। ଖାଲି ବାକି ଥିଲା ଆୟ ବହିର୍ଭୁତ ସମ୍ପତ୍ତି ମାମଲା।

Related Posts