ସହିଦଙ୍କ ପରିବାର ଲାଗି ରାଜ୍ୟ ସରକାରଂକ ବଡ଼ ଘୋଷଣା: ୧୦ ଲକ୍ଷକୁ ବୃଦ୍ଧି ସହାୟତା ରାଶି

ଭୁବନେଶ୍ୱର: ରାଜ୍ୟ ସରକାର ସହିଦଙ୍କ ପରିବାର ଲାଗି ବଡ଼ ଘୋଷଣା କରିଛନ୍ତି । ସହିଦ ପରିବାରକୁ ମିଳୁଥିବା ସହାୟତା ରାଶି ବୃଦ୍ଧି କରିଛନ୍ତି । ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର । ୫ ଲକ୍ଷ ପରିବର୍ତ୍ତେ ୧୦ ସହିଦଙ୍କ ପରିବାରକୁ ଏବେ ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ଶହୀଦ ଓଡ଼ିଆ ଯବାନଙ୍କ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଛି । ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରାଣବଳୀ ଦେଉଥିବା ଯବାନ ଓ ଅଫିସରଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ଏହି ସହାୟତା ପାଣ୍ଠି ଗଠନ କରିଛନ୍ତି । ପ୍ରାଥମିକ ଭାବରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବାବେଳେ 2010 ଓ 2012 ରେ ଏହାକୁ ଯଥାକ୍ରମେ ଦୁଇ ଲକ୍ଷ ଓ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସହାୟତା ରାଶିରେ ଆଉ ୫ ଲକ୍ଷ ଯୋଡି ୧୦ ଲକ୍ଷ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ।

Related Posts