ଚୋରି କରୁଥିବାବେଳେ ଛାତରୁ ଖସି ଚାଲିଗଲା ଚୋରର ଜୀବନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚୋରି କରୁଥିôବାବେଳେ ଛାତରୁ ଖସି ଚାଲିଗଲା ଚୋରର ଜୀବନ । ଏପରି ଅଭବାନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଜମପାଲିଠାରେ ।ସୂଚନା ଅନୁସାରେ, ଜମପାଲିଠାରେ ଏକ ବନ୍ଦ ପଡିଥିବା କାରଖାନା ରହିଛି । ଏଠାରୁ ଜଣେ ଚୋର ଲୁହା ଚୋରି କରିବାକୁ ଆସିଥିଲେ ।

ହେଲେ ସେ କାରଖାନା ଛାତରୁ ଖସି ପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ହେଲେ ସ୍ଥାନୀୟ ପୋଡ଼ସିଙ୍ଗ ଗାଁର ଚାମୁ ଟପ୍ପୋ । ରାଜଗାଙ୍ଗପୁର ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଏହି କାରଖାନା ୨୦୨୦ ମସିହାରୁ ବନ୍ଦ ରହିଛି । କାରଖାନାରୁ ଅନେକ ବଡ ବଡ ଲୁହା ଚୋରି ହେଉଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଛି ।

Related Posts