ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ଲଜ୍ୟା: ବାପା ନାଁରେ କଳଙ୍କ: ପ୍ରଥମେ ଝିଅକୁ ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ କଲା ଜନ୍ମଦାତା

ବାପା ନାଁରେ କଳଙ୍କ | ନୃଶଂସ ଓ ବର୍ବରତାର ସମସ୍ତ ସୀମା ଟପିଗଲା ପିଶାଚ ବାପା | ଭୁଲି ଗଲା ରକ୍ତ ସମ୍ପର୍କ | ପ୍ରଥମେ ୧୪ ବର୍ଷୀୟ ଝିଅକୁ ଗଳା ଚିପି ହତ୍ୟା ଏବଂ ତା’ର ମୃତ୍ୟୁ ପରେ ମୃତଦେହ ସହ ଦୁଷ୍କର୍ମ କଲା ଜନ୍ମଦାତା | ଯାହାକୁ ନେଇ ଏବେ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି | ମଧ୍ୟପ୍ରଦେଶ ଗୁନା ଜିଲ୍ଲାରୁ ହୃଦୟ ଥରାଇବା ଭଳି ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି | ୪୦ ବର୍ଷୀୟ ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରିଛି |

ପୋଲିସର ସୂଚନା ଅନୁଯାୟୀ, ପ୍ରଥମେ ଅଭିଯୁକ୍ତ ନିଜ ନାବାଳିକା ଝିଅକୁ ଜଙ୍ଗଲ ଭିତରକୁ ନେଇଥିଲା । ସେଠାରେ ତା’ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା, ମାତ୍ର ଝିଅଟି ଏହାକୁ ବିରୋଧ କରିବାକୁ ରାକ୍ଷସ ବାପା ନାବାଳିକାର ଗଳା ଚିପି ହତ୍ୟା କରିଲା ଏବଂ ପରେ ତା’ର ମୃତଦେହ ସହ ଦୁଷ୍କର୍ମ କଲା । ଏଭଳି ବର୍ବରକାଣ୍ଡ ଘଟାଇବା ପରେ ଝିଅ କେଉଁଆଡେ ନିଖୋଜ ହୋଇଯାଇ ଥିବା ଅଭିଯୁକ୍ତ ଥାନାରେ ଅଭିଯୋଗ କରିଥିଲା । ପୋଲିସ ମାମଲାର ଛାନଭିନ କରିବା ପରେ ପ୍ରକୃତ ଘଟଣା ଉପରୁ ପରଦା ଉଠିଛି । ଖୋଦ୍ ବାପା ନିଜ ଝିଅ ସହ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ସ୍ବୀକାର କରିଛି । ପୋଲିସ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପା ଉପରେ ହତ୍ୟା, ଦୁଷ୍କର୍ମ ଏବଂ ପୋକ୍ସୋ ଆକ୍ଟ ଅଧିନରେ ମାମଲା ରୁଜୁ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା ପ୍ରକାଶ ପାଇବା ସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି |

Related Posts