ବିଜେପି ଠାରୁ ଅଧିକ ମିଛି କହୁଥିବା ଦଳ ବିଶ୍ୱରେ ନାହିଁ: ଅଖିଳେଶ ଯାଦବ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନେତାମାନେ ସେତିକି ପରସ୍ପର ମଧ୍ୟରେ ବୟାନ ବାଜି କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଏସପି ସଭାପତି ଅଖିଳେଶ ଯାଦବ ବିଜେପିକୁ ମିଥ୍ୟା ଦଳ ବୋଲି କହିଛନ୍ତି। ଅଖିଳେଶ କହିଛନ୍ତି ଯେ ବିଜେପି ଠାରୁ ମିଛ କହୁଥିବା ଦଳ ସାରା ବିଶ୍ୱରେ ନାହିଁ । ଉତ୍ତରପ୍ରଦେଶର ମହିଳାମାନେ ଆଜି ସାରା ଦେଶରେ ସବୁଠାରୁ ଅସୁରକ୍ଷିତ ଅଛନ୍ତି ।

ଯଦି ମହିଳା ଆୟୋଗରେ ସର୍ବାଧିକ ସଂଖ୍ୟକ ଅଭିଯୋଗ କୌଣସି ସ୍ଥାନରୁ ଆସିଛି, ତାହା ଉତ୍ତରପ୍ରଦେଶରୁ ହିଁ ଆସିଛି। ଏପରିକି ସବୁଠୁ ମିଥ୍ୟା ଏନକାଉଣ୍ଟର ମଧ୍ୟ ଉତ୍ତରପ୍ରଦେଶରେ କରାଯାଇଛି । କିନ୍ତୁ ଭାରତୀୟ ଜନତା ପାର୍ଟି ଲୋକମାନଙ୍କ ପାଖକୁ ଯାଇ କେବଳ ମିଥ୍ୟା ପ୍ରତିଶୃତି ଦେବା ସହ ମହିଳାମାନେ ରାଜ୍ୟରେ ବହୁତ ସୁରକ୍ଷିତ ଅଛନ୍ତି ବୋଲି କହୁଛି । ନିର୍ବାଚନକୁ ଆଉ ମାତ କିଛି ଦିନ ରହିଥିବାବେଳେ ଅଖିଳେଶ ଯାଦବଙ୍କ ଏପରି ବୟାନ ଦେଶର ରାଜନୀତିକୁ ବେଶ ଚଳଚଞ୍ଚଳ କରିଦେଇଛି ।

Related Posts