ରାଜନୀତିରେ ଯୋଗ ଦେବାର ପ୍ରଶ୍ନ ଉଠୁ ନାହିଁ : ଅନୁପମ୍ ଖେର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବଲିଉଡର ଭେଟରାନ୍ ଅଭିନେତା ଅନୁପମ୍ ଖେର ଦୀର୍ଘ ଚାରି ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ଜଣେ ଜଣାଶୁଣା ଅଭିନେତା। ନିଜର ଅଭିନୟ ପାଇଁ ସେ ଢେରେ ପ୍ରଶଂସା ସାଉଁଟିଛନ୍ତି। ତେବେ ଏହା ସହିତ ବିଭିନ୍ନ ସମୟରେ ରାଜନୈତିକ ଟିପ୍ପଣୀକୁ ନେଇ ବିବାଦ ଘେରରେ ରୁହନ୍ତି। ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ସରକାର ଏବଂ ବିରୋଧୀଙ୍କ ଉପରେ ନଜର ମତ ରଖି ସେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ନିଜର ରାଜନୈତିକ ଟିପ୍ପଣୀକୁ ନେଇ ସେ ଭବିଷ୍ୟତରେ ରାଜନୀତିରେ ଯୋଗ ଦେବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ । ତେବେ ଏହି କଳ୍ପନାଜଳ୍ପନା ଉପରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି ଭେଟେରାନ୍ ଅଭିନେତା ଅନୁପମ ଖେର । ଭବିଷ୍ୟତରେ କେବେ ବି ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ରାଜନୀତିରେ ଯୋଗଦେବାର ପ୍ରଶ୍ନ ହିଁ ଉଠୁନାହିଁ। ୨୦୧୭ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ନେଇ ତାଙ୍କୁ ପ୍ରଶ୍ନ ପଚାରାଯାଇଥିଲା । ସେ ଏହାର ଉତ୍ତରରେ କହିଛନ୍ତି ଯେ ଯଦି କେହି କାହା ସହିତ ହାତ ମିଳାନ୍ତି , ଲୋକମାନେ ସେମାନଙ୍କ ସୁବିଧା ଅନୁଯାୟୀ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଆରମ୍ଭ କରନ୍ତି । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଅନୁପମ୍ ଖେରଙ୍କ ପତ୍ନୀ କିରନ୍ ଖେର ଚଣ୍ଡିଗଡର ବିଜେପି ସାଂସଦ ଅଟନ୍ତି । ସେ ଏବେ ବ୍ଲଡ୍ କ୍ୟାନସର ରୋଗରେ ପୀଡିତ ଅଛନ୍ତି । ଅନୁପମ୍ ଖେର କହିଛନ୍ତି ଯେ କେମୋଥେରାପିର ଅନେକ ସାଇଡ ଇଫେକ୍ଟ ଅଛି । କିନ୍ତୁ ତାଙ୍କର ଇଚ୍ଛା ଶକ୍ତି ମଧ୍ୟ ବହୁତ ମଜବୁତ । ତେବେ ତାଙ୍କର ଏବେ ଚିକିତ୍ସା ମଧ୍ୟ ଚାଲିଛି । ଅନୁପମ ଖେରଙ୍କ ପତ୍ନୀ କିରନ୍ ଖେର ଚଣ୍ଡିଗଡର ସାଂସଦ ଅଟନ୍ତି। ଏପ୍ରିଲ ମାସରେ କିରନ୍‌ଙ୍କୁ ବ୍ଲଡ କ୍ୟାନ୍‌ସର ହୋଇଥିବା ନେଇ ଜଣାପଡିଥିଲା। ଏହାପର ଠାରୁ ତାଙ୍କର ଚିକିତ୍ସା ଚାଲିଛି।

Related Posts