ରାଜ୍ୟରେ ଏବେ ସୁଦ୍ଧା କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର :  ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ , ବର୍ତ୍ତମାନ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ଉପର ମହାନଦୀର ଚମ୍ପା ଓ ଘୋରାରୀ ୨ଟି ସ୍ଥାନକୁ ଛାଡିଦେଲେ ଅଧିକ ବର୍ଷା ନାହିଁ । ସେ କହିଛନ୍ତି ଯେ, ଉପର ବ୍ରାହ୍ମଣୀରେ ବର୍ଷର ପରିମାଣ ଅଧିକ ନାହିଁ, ତଳ ବ୍ରହ୍ମଣୀରେ ୧୦୦ ମିଲିମିଟରରୁ ୨୯୩ ମିଲିମିଟର ମିଲିମିଟର ବର୍ଷା ହୋଇଛି। ଏତଦ୍ ବ୍ୟତୀତ ବୈତରଣୀରେ ହେଭି ବର୍ଷା ହୋଇଛି । ସେହିପରି ବଂଶଧରରେ ବର୍ଷା ନାହିଁ ।

ମହାନଦୀ ନରାଜ ୨୬.୪ ମିଟର ବିପଦ ସଂକେତ ଥିବା ବେଳେ ଜଳସ୍ତର ୨୩.୩ ମିଟର ରହିଛି । ଅନ୍ୟପକ୍ଷରେ ପାନପୋଷ ୫ ମିଟର ତଳେ ଜଳସ୍ତର ରହିଥିବା ବେଳେ ଜେନାପୁରରେ ବିପଦ ସଂକେତ ତଳେ ରହିଛି । ବୈତରଣୀ ଆଖୁଆପଦାଠାରେ ବିପଡଦସଙ୍କେତ ଉପରେ ରହିଛି । ଅଧିକ ବର୍ଷା ଉପର ମୁଣ୍ଡରେ ନଥିବାରୁ ଜଳ ସ୍ତର କମିଛି ।ତେବେ ଜଳକା ନଦୀରେ ବିପଦ ସଂକେତର ୧ ମିଟର ଉପରେ ଜଳସ୍ତର ରହିଥିବା ନେଇ ସଚିବ ସୂଚନା ଦେଇଛନ୍ତି । 

ଅପରପକ୍ଷରେ ମହାନଦୀରେ ଦିନ ୧୨ଟା ସୁଦ୍ଧା ବରମୂଳ ଠାରେ ୪ ଲକ୍ଷ ୩୬କ୍ୟୁସେକ ,ମୁଣ୍ଡଳୀରେ ୩ ଲକ୍ଷ ୨୨ ହଜାର କ୍ୟୁସେକ ଜଳ ପାସ କରୁଥିବା ବେଳେ ଖାଇରମାଳରେ ୨ ଲକ୍ଷ ୪୬ ହଜାର କ୍ୟୁସେକ ଜଳ ପାସ କରୁଛି। 

ମୋଟ ୪୪ ଟି ମାଧ୍ୟମ ଜଳଭଣ୍ଡାରରୁ ୧୧ ଟିରେ ଜଳଧାରଣ କ୍ଷମତାର ୫୦-୭୫ ପ୍ରତିଶତ ଭିତରେ ଜଳ ରହିଛି ଏବଂ ୧୧ ଟିରେ ୧୦୦ ପ୍ରତିଶତ ଅଛି ରହିଛି ଓ ସାବୁଥିରେ ଗେଟ ଖୋଲା ରହିଥିବା ସେ କହିଛନ୍ତି । ୨୨ଟି ଜଳ ଭଣ୍ଡାରରେ ଜଳଧାରଣ କ୍ଷମତାର ୫୦ ପ୍ରତିଶତ ତଳକୁ ଅଛି । ସେହିପରି ହୀରାକୁଦରେ ୬୨୬.୫ ମିଟର ଜଳ ଅର୍ଥାତ୍ ୮୫-୮୬ ପ୍ରତିଶତ ଜଳ ରହିଛି । ଉପରମୁଣ୍ଡରେ ଅଧିକ ବର୍ଷା ଆଶଙ୍କା ଥିବାରୁ ସନ୍ଧ୍ୟା ସୁଦ୍ଧା ୬ ଗେଟ ଖୋଲିବା ନେଇ ଆଶଙ୍କା କରାଯାଉଛି। 

Related Posts