ଗୋଟିଏ ଇନିଂସ୍‌ରେ 13ଟି ଛକା ମାରିଲେ ପରେରା, ତଥାପି ହାରିଲା ଶ୍ରୀଲଙ୍କା

ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପରେରା ଗୋଟିଏ ଇନିଂସ୍‌ରେ ମିରିଛନ୍ତି 13ଟି ବିଶାଳ ଛକା । ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ 140 ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଛନ୍ତି ସିଂହଳୀ ଅଲ୍‌ରାଉଣ୍ଡର ଥିସାରା ପରେରା ।

2 ଦିନ ତଳେ ଖେଳାଯାଇଥିବା ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପରେରାଙ୍କ ଗୋଟିଏ ଓଭରରେ ନ୍ୟୁଜିଲାଣ୍ଡର ଜେମସ୍‌ ନୀସାମ ୫ ଛକା ମାରିଥିଲେ । ଏହା ବୋଧହୁଏ ପରେରାଙ୍କୁ ଅପମାନ ଦେଇଥିବ । ଏହାର ୨ ଦିନ ପରେ ଯଦିଓ ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଧୁମ ପିଟିବା ସହ 13ଟି ବିଶାଳ ଛକ୍କା ମାରିଛନ୍ତି ପରେରା କିନ୍ତୁ ନିଜ ଟିମ୍‌କୁ ଜିତାଇ ପାରିନାହାନ୍ତି । ଫଳରେ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ନ୍ୟୁଜିଲାଣ୍ଡ ଦ୍ବିତୀୟ ମ୍ୟାଚ୍‌ ସହ 3 ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଆଗୁଆ ଜିତି ନେଇଛି ।

ଶନିବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୧୯ ରନ୍‌ କରିଥିଲା । ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୩୨୦ ରନ୍‌କୁ ପିଛା କରି ସିଂହଳୀ ଦଳ ୧୨୮ ରନରେ ୭ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା । କିନ୍ତୁ ତା ପରେ ବାଜି ପାଲଟାଇଥିଲେ ପରେରା । ସେ ମାତ୍ର ୫୭ଟି ବଲ୍‌ରୁ ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କଲେ ।

ଏଥିସହ ତାଙ୍କ ନାଁରେ ଶ୍ରୀଲଙ୍କା ପକ୍ଷରୁ ତୃତୀୟ ଦ୍ରୁତତମ ଶତକ ରେକର୍ଡ ମଧ୍ୟ ଯୋଡ଼ିହୋଇଛି । ପୂର୍ବରୁ ସନତ ଜୟସୁରିଆ ୪୮ ଓ ୫୫ ବଲ୍‌ରୁ ଶତକ ହାସଲ କରିଥିଲେ । ଇନିଂସ୍‌ରେ ପରେରା ୭୪ ବଲ୍‌ ଖେଳି ୧୪୦ ରନ୍‌ କରିଥିଲେ । ଏଥିରେ ୮ ଚୌକା ଓ ୧୩ ଛକା ମାରିଥିଲେ ।

Related Posts