ଓଡ଼ିଶାରେ ଥମୁନି କରୋନା ପ୍ରକୋପ : ଗତ ୨୪ ଘଣ୍ଟାରେ ୧୨୫୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭ ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲକଡାଉନ ଓ ଶଟଡାଉନ ଭଳି କଡା ପ୍ରତିବନ୍ଧକ ସତ୍ତ୍ବେ ଓଡ଼ିଶାରେ କରୋନା ପ୍ରକୋପ ଥମିବାର ନାଁ ଧରୁନି। ଆଜି ପୁଣି ଥରେ ରାଜ୍ୟରେ ଦୈନିକ ୧୨ ହଜାର ଡେଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୫୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ରେ ପହଞ୍ଚିଛି। ସେହିପରି ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୭୦୧୨ ଚିହ୍ନଟ ହୋଇଥିବା ବେଳେ ୫୫୧୧ ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮୪୨ ଓ କଟକରୁ ୧୦୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେହିପରି ଅନୁଗୁଳରୁ ୯୩୦, ବାଲେଶ୍ୱର ୫୧୦, ବରଗଡ ୩୧୫, ଭଦ୍ରକ ୧୭୭, ବଲାଙ୍ଗୀର ୨୯୬, ବୌଦ୍ଧ ୩୬୫ , ଦେବଗଡରୁ ୧୦୬ , ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡାରୁ ୩୭୩, କଳାହାଣ୍ଡିରୁ ୪୯୧ ଏବଂ କନ୍ଧମାଳରୁ ୧୦୦, କେନ୍ଦ୍ରାପଡାରୁ ୧୯୫, କେନ୍ଦୁଝରରୁ ୨୩୨, କୋରାପୁଟରୁ ୨୩୩, ମାଲକାନଗିରିରୁ ୭୩, ମୟୁରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩ , ନୟାଗଡରୁ ୩୧୫ , ନୂଆପଡାରୁ ୧୨୯, ପୁରୀରୁ ୫୬୮, ରାୟଗଡାରୁ ୩୨୧, ସମ୍ବଲପୁରରୁ ୪୦୦, ସୋନପୁରରୁ ୨୦୨, ସୁନ୍ଦରଗଡରୁ ୭୧୫ ଏବଂ ଷ୍ଟେଟପୁଲରୁ ୩୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬,୬୮,୪୨୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫,୫୬,୫୦୧ ଜଣ ସୁସ୍ଥ ହୋଇଛନ୍ତି। ଏବଂ ଆକ୍ଟିଭ କେସ୍‌ ସଂଖ୍ୟା ୧,୦୯,୪୩୮ ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଆଜି କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ନୂଆପଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡିରୁ ୨ ଜଣ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡା, ନବରଙ୍ଗପୁର, ପୁରୀ ଓ ସୋନପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Related Posts