ଜୟପୁର :ବିଶାଖାପାଟଣାରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ ହୋଇଛି । ଟିପ୍ପରକୁ ପଛପଟୁ ପିଟିଛି ଯାତ୍ରୀବାହୀ ବସ୍। ଫଳରେ ଏହି ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଳକ ଅନ୍ତର୍ଗତ ଶୁଣ୍ଢିପୁଙ୍ଗାର ନିକଟରେ ଆଜି ଭୋର୍ ସମୟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ କୁନ୍ଦୁଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁରୁତର ଆହତମାନଙ୍କୁ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ଯାତ୍ରୀବାହୀ ବସ୍ଟି ବିଶାଖାପାଟଣାରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିବା ବେଳେ ପଟ୍ଟାଙ୍ଗି ବ୍ଳକ ଅନ୍ତର୍ଗତ ଶୁଣ୍ଢିପୁଙ୍ଗାର ନିକଟରେ ଏକ ଟିପ୍ପରକୁ ଧକ୍କା ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ପଟ୍ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତା କଡରେ ଠିଆ ହୋଇଥିବା ଟିପ୍ପରକୁ ପଛପଟୁ ଏହି ଯାତ୍ରୀବାହୀ ବସ୍ଟି ପିଟି ଦେଇଥିବା ଜଣା ପଡିଛି।
ଏନେଇ ଖବର ପାଇବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଆହତ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତ୍ତି କରିଛି ।
