ଟୋକିଓ ଅଲମ୍ପିକ: ଡିସ୍କସ୍ ଥ୍ରୋ’ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କଲେ କମଲପ୍ରୀତ କୌର, ପ୍ରଶଂସା କଲେ ସେୱବାଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଚଳିତ ବର୍ଷ  ଅନୁଷ୍ଠିତ ହେଉଥିବା ଟୋକିଓ ଅଲମ୍ପିକରେ ଡିସ୍କସ ଥ୍ରୋ ଇଭେଣ୍ଟରେ କମଲପ୍ରୀତ କୌର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନା କରିଛନ୍ତି ।  ତେବେ  ତାଙ୍କର ପ୍ରଥମ ଅଲମ୍ପିକ ଗେମ୍ସରେ କମଲପ୍ରିତ କେବଳ  ଦ୍ୱିତୀୟ  ଥ୍ରୋ ରେ ହିଁ ଯୋଗ୍ୟତା  ଅର୍ଜନ କରିଥିଲେ । ଯେଉଁଥିରେ  ଆମେରିକାର  ଭାଲେରୀ ଆଲମାନଙ୍କୁ  ୬୪.୦୦ ମିଟରର  ଥ୍ରୋ କରିଥିବା ବେଳେ   କେବଳ ପ୍ରଥମ ପ୍ରୟାସରେ ହିଁ କମଲପ୍ରିତ ୬୬.୪୨ ମିଟର  ଫିଙ୍ଗିଥିଲେ ।  

ଏ ଖବର ସାମ୍ନାକୁ ଆସିବା ପରେ  ସାରା ଦେଶରେ ଉତ୍ସାହ ଖେଳିଯାଇଛି । କାହିଁକି ନା ଏହା ପୂର୍ବରୁ  ମିରାବାଇ  ଚାନୁ  ଏବଂ  ଲଭଲିନା  ବୋରୋଗୋହେନ ପଦକ ପାଇଥିଲେ । ତେଣୁ କମଲପ୍ରୀତ କୌରଙ୍କ ଠାରୁ ଆଉ ଏକ  ପଦକର ଆଶା ରଖିଛନ୍ତି ଭାରତୀୟ ପ୍ରଶଂସ । ଏହି ସମୟରେ ତାଙ୍କ ସହକର୍ମୀ ତଥା ଭେଟେରାନ୍ ଆଥଲେଟ୍ ସୀମା ପୁନିଆ ସମତଳ ହୋଇ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। 

ଅପରିପକ୍ଷରେ କମଲପ୍ରୀତ କୌରଙ୍କର ଫାଇନାଲ ପ୍ରବେଶ କରିବା ପରେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ବାର୍ତ୍ତା ପଠାଇଛନ୍ତି । ତେବେ ଏଥିରୁ ବାଦ ପଡି ନଥିଲେ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦର ସେହୱାଗ । ସେ କମଲପ୍ରୀତଙ୍କ ପାଇଁ ନିଜର ଖୁସି ବ୍ୟକ୍ତ କରିବା ପାଇଁ ତାଙ୍କ ଅଫିସିଆଲ ଟ୍ୱିଟରରୁ  ଆକାଉଣ୍ଟରୁ ଟ୍ୱିଟ କରିଛନ୍ତି । ଦେଶକୁ ସୁନା ସହିତ ଫେରିବା  ପାଇଁ କହିଛନ୍ତି । ତେବେ କମାଲ କରିଦେଲ କମଲପ୍ରୀତ  ଲେଖିବା ସହ ଆଉ ମାତ୍ର ଦୁଇ ଦିନ ପରେ ଆମେ  ଇତିହାସର ରଚିବା ବୋଲି କହିଥିଲେ । 

ଅନ୍ୟପଟେ କମଲପ୍ରୀତ ଏପର‌୍ୟ୍ୟନ୍ତ ଏକାକୀ ଫାଇନାଲକୁ ଉନ୍ନିତ ହୋଇଥିବା ବେଳେ ଧନୁର୍ଦ୍ଧରମାନେ ଜାପାନର ଟୋକିଓରେ ପ୍ରଦର୍ଶନୀ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜ ଅଭିଯାନରେ କୌଣସି ପଦକ ପାଇ ପାରିନଥିଲେ । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ହାଇ-ଭୋଲଟେଜ୍ ସେମିଫାଇନାଲରେ ଚାଇନାର ତାଇପେଇର ଟୁଜୁ-ୟିଙ୍ଗକୁ ନେବାକୁ ଯାଉଥିବା ସଟଲର ପିଭି ସିନ୍ଧୁଙ୍କ ଉପରେ ସମସ୍ତଙ୍ ର ନଜର ରହିଛି ।

Related Posts