ଟୋକିଓ ଅଲିମ୍ପିକ: ଯୋଡ଼ି ହେଲା ଆଉ ଏକ ପଦକ, ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର:  ଟୋକିଓ ଅଲିମ୍ପିକରେ ଭାରତକୁ ମିଳିଲା ଆଉ ଏକ ସଫଳତା ।  ତେବେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍‌ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି  ପିଭି ସିନ୍ଧୁ । ଏହାକୁ ମିଶାଇ   ଭାରତ ର  ଏହା ହେଉଛି ତୃତୀୟ ପଦକ । ଚାଇନାର ହେ ବିଙ୍ଗ୍‌ ଜିଆଓଙ୍କୁ ପରାଜୟ କରି  ଭାରତ ପାଇଁ ଆଉ ଏକ ମେଡାଲ ଆଣିଛନ୍ତି ପିଭି ସିନ୍ଧୁ । ଚାଇନାର ବିଙ୍ଗ୍‌ ଜିଆଓଙ୍କୁ ସିଧାସଳଖ ୨-୦ ରେ ସିନ୍ଧୁ ହରାଇଥିଲେ । 

ପ୍ରଥମ ରାଉଣ୍ଡରେ ୨୧-୧୩ ପଏଣ୍ଟରେ ହରାଇଥିଲେ ସିନ୍ଧୁ । ସେହିଭଳି ଦ୍ବିତୀୟ ରାଉଣ୍ଡରେ ମଧ୍ୟ ୨୧-୧୫ ସେଟ୍‌ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଟୋକିଓ ଅଲିମ୍ପିକରେ ଭାରତକୁ ବର୍ତ୍ତମାନ ସୁଦ୍ଧା ମୋଟ ୨ଟି ପଦକ ମିଳିଛି । ଆପରପକ୍ଷେ ଏହା ହେଉଛି ସିନ୍ଧୁ ଙ୍କ ର ଦ୍ଵିତୀୟ ଅଲିମ୍ପିକ । 

ଗତକାଲି  ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍‌ ସେମିଫାଇନାଲରେ ପରାଜିତ ହୋଇଥିଲେ ଭାରତର ପିଭି ସିନ୍ଧୁ । ବିଶ୍ବର ଏକ ନମ୍ବର ବ୍ୟାଡମିଣ୍ଟନ୍‌ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ସିନ୍ଧୁ ପରାସ୍ତ ହୋଇଥିଲେ । ଏହା ପରେ ସମଗ୍ର ଦେଶ ସିନ୍ଧୁଙ୍କୁ  ସମର୍ଥନ କରିଥିଲା । ଯାହା ଫଳରେ ସିନ୍ଧୁଙ୍କ ଫାଇନାଲ ଆଶା ମଉଳିଯାଇଥିଲା । କିନ୍ତୁ ବ୍ରୋଞ୍ଜ ଆଶା ଉଜ୍ଜୀବିତ ଥିଲା । ତେବେ ଆଜି ସିନ୍ଧୁ ଙ୍କ ର ପ୍ରଦ ଶ ନ ଉଚ୍ଚକୋଟୀର ଥିଲା । 

ପ୍ରଥମରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ସିନ୍ଧୁ । ଅନ୍ୟପଟେ ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଅଲିମ୍ପିଆନ୍ ଭାବରେ ରେସଲର ସୁଶୀଲ କୁମାରଙ୍କ ପରେ ଦୁଇଟି ପଦକ ଏବଂ ଦ୍ୱିତୀୟ ଭାରତୀୟ ଅଲିମ୍ପିଆନ୍ ହୋଇଥିଲେ । 2016 ରିଓ ଗେମ୍ସରେ ସିନ୍ଧୁ ରୈ‍ପ୍ୟ ପଦକ ଜିତିଥିଲେ । ଟୋକିଓ 2020 ରେ ଭାରତ ପାଇଁ ତୃତୀୟ ନିଶ୍ଚିତ ପଦକ ଭାରୋତ୍ତୋଳନକାରୀ ମିରବାଇ ଚାନୁ ଭାରତର ପ୍ରଥମ ପଦକ ଜିତିବା ପରେ ଭାରତର ଦ୍ୱିତୀୟ ପଦକ ପିଭି ସିନ୍ଧୁ ଜିତିଛନ୍ତି । 

ସେହିପରି ବକ୍ସର ଲୋଭଲିନା ବୋର୍ଗୋହେନ ମଧ୍ୟ ସେମିଫାଇନାଲରେ ପ୍ରବେଶ କରି ଭାରତକୁ ତୃତୀୟ ନିଶ୍ଚିତ ପଦକ ପ୍ରଦାନ କରିଛନ୍ତି।  ସେମିଫାଇନାଲରେ ସିନ୍ଧୁଙ୍କୁ ପରାସ୍ତ କରିଥିବା ଚାଇନିଜ୍ ତାଇପେଇର ତାଇ ଟୁଜୁ ବର୍ତ୍ତମାନ ଫାଇନାଲରେ ଆଉ ଜଣେ ଚାଇନିଜ୍ ଚେନ୍ ୟୁଫେଇଙ୍କୁ ଭେଟିବେ।

Related Posts