ଯାଜପୁର ନିର୍ବାଚନୀ ହିଂସା ମାମଲାରେ ଏପର୍ଯ୍ୟନ୍ତ ଗିରଫ ହେଲେଣି ୨୮ ଜଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯାଜପୁର ନିର୍ବାଚନୀ ହିଂସା ମାମଲାରେ ଏପର୍ଯ୍ୟନ୍ତ ୨୮ ଜଣ ଗିରଫ ହୋଇ ସାରିଲେଣି । ଏନେଇ ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧୨ଟି ବୁଥରେ ଦଶରଥପୁର ବ୍ଲକ ଅନ୍ତର୍ଗତ କନିକାପଡ଼ାର ପଞ୍ଚାୟତର ମତଦାନ ବିଭ୍ରାଟ ଓ ବୁଥରେ ବିଶୃଙ୍ଖଳା ଦେଖାଯାଇଥିଲା। ବିରିପଟା ପଞ୍ଚାୟତର ୧୪ ଓ ୧୫ ନମ୍ବର ବୁଥରେ ମତଦାନ ବେଳେ ହିଂସା ହୋଇଥିଲା। ସେହିପରି ଦଶରଥପୁର ପଞ୍ଚାୟତର ୩ ଓ ୯ ନମ୍ବର ବୁଥରେ ଗଣ୍ଡଗୋଳ ହୋଇଥିଲା।

ମତଦାନ ପ୍ରକ୍ରିୟା ସମୟରେ ହିଂସା ବା ବ୍ୟାଘାତ ଘଟାଇଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ସ୍ପେସାଲ ମୋବାଇଲ ପାର୍ଟି ଗିରଫ କରିଥିଲା। ସେମାନଙ୍କୁ ଆଜି ମଙ୍ଗଳପୁର ପୁଲିସ ଥାନା ଦ୍ୱାରା କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ଏଣେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଚଢ଼ାଉରେ ପ୍ରଥମ ପର୍ୟ୍ୟାୟ ମତଦାନ ସମୟରେ ଛତିଶିଦେବିଲି ଗ୍ରାମପଞ୍ଚାୟତରେ ମତଦାନ ପ୍ରକ୍ରିୟା ସମୟରେ ହିଂସା ବା ବ୍ୟାଘାତ ଘଟାଇଥିବା ଯାଜପୁର ସଦର ପୁଲିସ ଦ୍ୱାରା ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Related Posts