ଟି-ଟ୍ବେଣ୍ଟି ବିଶ୍ବକପ୍; ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା, ଅଭ୍ୟାସବେଳେ ରୋହିତ ଶର୍ମା ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ ଝଟକା।ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆହତ । ଆଡିଲେଡରେ ଅଭ୍ୟାସ ସମୟରେ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି । ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡିଛି । ସେମି ଫାଇନାଲକୁ ଗୋଟିଏ ଦିନ ବାକି ଥିବାବେଳେ ରୋହିତ ଆହତ ହେବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ରୋହିତ ସେମି ଫାଇନାଲ ମ୍ୟାଚ୍‌ ନ ଖେଳିବା ନେଇ ଆଶଙ୍କା ଦେଖାଦେଇଛି ।

ଆସନ୍ତାକାଲିଠୁ (ବୁଧବାର) ବିଶ୍ୱକପର ସେମି ଫାଇନାଲ ରାଉଣ୍ଡ ଆରମ୍ଭ ହେବ । ଟି-୨୦ ବିଶ୍ୱକପ୍ ରେ ଚତୁର୍ଥ ଥର ପାଇଁ ସେମି ଫାଇନାଲରେ ଭାରତ ପ୍ରବେଶ କରିଛି । ଗୁରୁବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ମେଲବର୍ଣ୍ଣରେ ଜିମ୍ବାୱେକୁ ପରାସ୍ତ କରିବା ପରେ ଭାରତ ସେମି ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଏ ନେଇ ଦଳ ସୋମବାର ଆଡିଲେଡରେ ପହିଞ୍ଚିଥିଲା ଦଳ । ଆଜି ସେଠାରେ ଅଭ୍ୟାସ ସମୟରେ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି । ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡିଛି । ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ ପୂର୍ବରୁ ଅଧିନାୟକ ଆହତ ହେବା ଦଳ ପାଇଁ ଚିନ୍ତାଜନକ ହୋଇଛି । ଏପରି ସ୍ଥିତିରେ ରୋହିତ ସେମି ଫାଇନାଲ ନ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି ।

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ଭଲ ପ୍ରଦର୍ଶନ ରହିଛି । ସୁପର ୧୨ ଗ୍ରୁପ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ନେଦରଲାଣ୍ଡସ, ବାଂଲାଦେଶ ଓ ଜିମ୍ବାୱେକୁ ପରାସ୍ତ କରିଥିଲା ଭାରତ । ଦକ୍ଷିଣ ଆଫ୍ରିକାଠୁ କେବଳ ପରାସ୍ତ ହୋଇଥିଲା ଦଳ । ୫ଟି ମ୍ୟାଚରୁ ୪ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ଟପରେ ରହିଛି ଟିମ ଇଣ୍ଡିଆ । ପ୍ରକାଶ ଥାଉ କି, ଆସନ୍ତାକାଲି ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳିଯିବ ।

Related Posts