ବିଜେପି ଓ ସମ୍ବିତ୍ ପାତ୍ରାଙ୍କ ଉପରେ ଟ୍ବିଟର ର ସର୍ଜିକାଲ ଷ୍ଟ୍ରାଇକ୍ : ଟୁଲକିଟ୍ ଟ୍ବିଟ୍ ମିଛ ପ୍ରମାଣିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛିଦିନ ହେବ କଂଗ୍ରେସ ଦଳର ଏକ ତଥାକଥିତ ଟୁଲକିଟ୍ କୁ ନେଇ ବିଜେପି ଜୋରଦାର ହଙ୍ଗାମା ସୃଷ୍ଟି କରିଥିଲା। ବିଜେପିର ତମାମ ବରିଷ୍ଠ ନେତା ଓ ମନ୍ତ୍ରୀ ଏହି ଟୁଲକିଟ୍ କୁ ମୁଦ୍ଦା କରି କଂଗ୍ରେସ ପାର୍ଟି କୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ ଘେରିବାକୁ ଚେଷ୍ଟା କରିଥିଲେ। ଟୁଲକିଟ୍ କୁ ନେଇ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରାଙ୍କ ଟ୍ବିଟ୍ କୁ ଟ୍ବିଟର “ମ୍ୟାନୁପଲେଟେଡ୍” ଅର୍ଥାତ୍ ଭ୍ରାନ୍ତକ କହିବା ପରେ ଏବେ ଭାରତୀୟ ଜନତା ପାର୍ଟି ଏବଂ ସମ୍ବିତ୍ ପାତ୍ରଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। ସମ୍ବିତ୍ ପାତ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଏକ ଟୁଲକିଟ୍ ର ସାହାରା ନେଇଥିବା ଅଭିଯୋଗ କରିଥିଲେ। ପାତ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ତଥାକଥିତ ଟୁଲକିଟ୍ ର ଫଟୋ ସେୟାର କରି ଏହାକୁ କଂଗ୍ରେସର ଏଜେଣ୍ଡା ବୋଲି କହିଥିଲେ। ବିଜେପି ମୁଖପାତ୍ରଙ୍କ ଏହି ପୋଷ୍ଟ୍ କୁ ଟ୍ବିଟର ଫେକ୍ ବୋଲି କହିଛି। ମେ ୧୮ ତାରିଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଲେଟର୍ ସେୟାର କରି କଂଗ୍ରେସ ପାର୍ଟି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛବି ଖରାପ କରୁଥିବା ଅଭିଯୋଗ କରାଯାଇଥିଲା। ବିଜେପିର ଅଭିଯୋଗ ଥିଲା ଯେ କଂଗ୍ରେସ ପାର୍ଟି ମୋଦୀଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଏକ କ୍ୟାମ୍ପେନ୍ ଚଳାଇଛି। ବିଜେପିର ତମାମ ବରିଷ୍ଠ ନେତା ଓ ମନ୍ତ୍ରୀ ଟ୍ୱିଟରରେ ଏହି ଚିଠି ସେୟାର କରି କଂଗ୍ରେସ ପାର୍ଟିକୁ ଜୋରଦାର ସମାଲୋଚନା କରିଥିଲେ।

ସମ୍ବିତ୍ ପାତ୍ରା ତାଙ୍କ ଟ୍ୱିଟ୍ ରେ କହିଛନ୍ତି ଯେ , କଂଗ୍ରେସ ପାର୍ଟି କିଛି ବୁଦ୍ଧିଜୀବୀ ଏବଂ ସାମ୍ବାଦିକଙ୍କ ସହାୟତାରେ ବିଜେପି ସରକାର ବିରୋଧରେ ମାହୋଲ ସୃଷ୍ଟି କରୁଛି। ବିଜେପି ନେତାମାନେ ଟ୍ବିଟରରେ ଯେଉଁ ଡକ୍ୟୁମେଣ୍ଟ ସେୟାର କରିଥିଲେ ଏହାର ଟାଇଟେଲ୍ ଥିଲା ‘Cornering Narendra Modi and BJP on COVID management’ ଏହାର ଅର୍ଥ କୋଭିଡ୍ ପରିଚାଳନାକୁ ନେଇ ବିଜେପି ଓ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା। ବିଜେପି ନେତାମାନେ ସେୟାର କରିଥିବା ଏହି ଡକ୍ୟୁମେଣ୍ଟରେ କଂଗ୍ରେସ ପାର୍ଟି ଲେଖାଥିବା ଦେଖିବାକୁ ମିଳିଛି । ଏହି ଭାଇରାଲ୍ ଚିଠିରେ କୁମ୍ଭ ମେଳାକୁ ‘ଧର୍ମ ନାମରେ ରାଜନୀତି ଦ୍ୱାରା ଅନୁପ୍ରାଣିତ ଏକ ସମାରୋହ’ ଏବଂ ‘ଇଦ୍ କୁ ଏକ ଖୁସିର ପର୍ବ ‘ କହି ପ୍ରଚାର କରିବାକୁ କୁହାଯାଇଛି। ତେବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେୟାର କରାଯାଇଥିବା ଏହି ତଥାକଥିତ ଟୁଲକିଟ୍ କୁ କଂଗ୍ରେସ ପାର୍ଟି ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଖାରଜ କରାଯାଇଛି। ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ରିସର୍ଚ୍ଚ ଟିମ୍ ର ଜାତୀୟ ମୁଖପାତ୍ର ରାଜୀବ ଗୌଡା ଟ୍ୱିଟ୍ କରି କହିଛନ୍ତି ଯେ କୋଭିଡ୍ ପରିଚାଳନା କୁ ନେଇ ବିଜେପି ପକ୍ଷରୁ ପ୍ରଚାର କରାଯାଉଥିବା ଏହି ଟୁଲଲକିଟ୍ ସମ୍ପୂର୍ଣ୍ଣ ନକଲି ।

ଟ୍ୱିଟର “ମ୍ୟାନୁପଲେଟେଡ୍ ମିଡିଆ ” କଣ ?

ଟ୍ୱିଟରର ସିନ୍ଥେଟିକ୍ ଏବଂ “ମ୍ୟାନୁପଲେଟେଡ୍ ମିଡିଆ ” ପଲିସି ଅନୁଯାୟୀ, ଟୁଇଟର ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା
କଣ୍ଟେଣ୍ଟ ଯଦି ବିଭ୍ରାନ୍ତିକର କିମ୍ବା ମିଥ୍ୟା ହୋଇଥାଏ ତେବେ କମ୍ପାନୀ ଏହାକୁ ରେଡ୍ ଫ୍ଲାଗ୍ କରିଥାଏ । ଏବଂ ସେହି ପୋଷ୍ଟ ତଳେ “ମ୍ୟାନୁପଲେଟେଡ୍ ମିଡିଆ ” ଲେଖିଥାଏ।

Related Posts