ଭୁବନେଶ୍ୱରରୁ କୋକେନ ସହ ୨ ଗିରଫ ଘଟଣା: ରହିଛି ବିଦେଶୀ ଲିଙ୍କ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଧଳା ଜହର କାରବାର ବଢ଼ୁଥିବା ବେଳେ, ୨୨୦ ଗ୍ରାମ କୋକେନ ସହ ୨ ଗିରଫ କରିଥିଲା ପୋଲିସ । ଗିରଫ ହୋଇଥିବା ୨ ନିଶା ମାଫିଆ ରବି ଏବଂ ସନ୍ନି । କୋକେନ ମିଳିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଏସଟିଏଫ ପଚରାଉଚରା କରିବା ପରେ ସେମାନେ ସତ ଓଗାଳିଛନ୍ତି । ଅଭିଯୁକ୍ତଙ୍କ ମୋବାଇଲରୁ ବିଦେଶ ଲିଙ୍କ୍ ମିଳିଛି । ସେମାନେ ଚୀନ, ସ୍ବିଜରଲ୍ୟାଣ୍ଡ, ଫ୍ରାନ୍ସ, ଥାଇଲାଣ୍ଡ ଓ ଆମେରିକାର କୋକେନ ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ । ୬ଟି ଦେଶର ମାଫିଆଙ୍କ ସହ ଲିଙ୍କ ଜଣାପଡିଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

୨୦୨୩ ବିଶ୍ୱକପ ହକିକୁ ନଜରରେ ରଖି ସେମାନେ ନେଟୱର୍କ କରିଥିଲେ । ବହୁ ବିଦେଶୀ ଦର୍ଶକ ଆସିବାର ଥିବାରୁ ସେମାନଙ୍କୁ ଟାର୍ଗେଟ ରଖାଯାଇଥିଲା । ରବି, ସନ୍ନି ବିଦେଶୀ ମାଫିଆଙ୍କ ସହ ଲିଙ୍କରେ ଥିବା ତଦନ୍ତରୁ ଜଣାପଡିଛି ।

ସେହିପରି ପୁରୀକୁ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ୨ ମାଫିଆ ପୁରୀ ମଧ୍ୟ ଯାଇଥିବା ଜଣାପଡିଛି । ଉଭୟ ମାଫିଆଙ୍କୁ ଏନସିବି ଅଧିକାରୀ ବି ଜେରା କରିଥିବା ଏଡିଜି ସୂଚନା ଦେଇଛନ୍ତି । ବର୍ତ୍ତମାନ ପୁରୀ ଲିଙ୍କ ସାମ୍ନାକୁ ଆସିବା ପରେ ସେ ଦିଗରେ ମଧ୍ୟ ଏସଟିଏଫ୍ ଖୋଳତାଡ କରୁଛି । ଏଥିସହ NCB ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରିଛି । ବର୍ତ୍ତମାନ କିଛି ତଥ୍ୟ ସଂଗ୍ରହ ହୋଇଛି । ଏସଟିଏଫ୍ ବିଦେଶୀ କାରବାର ଏବଂ ଅନ୍ୟାନ୍ୟ ଦିଗକୁ ନେଇ ଯାଞ୍ଚ ଚଳାଉଛି ।

ଚାଇନା, ଫ୍ରାନ୍ସ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ ଆଫ୍ରିକାରୁ ଆସୁଥିଲା ଭୁବନେଶ୍ୱରକୁ ନିଶା । ଏହି ତଥ୍ୟ ଗିରଫ ହୋଇଥିବା ୨ ନିଶା ମାଫିଆଙ୍କ ମୋବାଇଲରୁ ମିଳିଛି ।

Related Posts