ଗୋଟିଏ ସମୟରେ ଭଗୱନ୍ତ ମାନଙ୍କୁ ମୁଁ ଆପରେ ସାମିଲ କରାଇଥିଲି; ହେଲେ ଆଜି ମୋ ଘର ସମ୍ମୁଖରେ ପଞ୍ଜାବ ପୁଲିସକୁ ନିୟୋଜତି କଲେ ମାନ: କୁମାର ବିଶ୍ୱାସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ଜଣେ ଜଣାଶୁଣା କବି ତଥା ଆପର ପୂର୍ବତନ ସଦସ୍ୟ କୁମାର ବିଶ୍ୱାସ ପୁଣିଥରେ ଚର୍ଚ୍ଚାରେ । କାହିଁକିନା ତାଙ୍କ ଘର ସମ୍ମୁଖରେ ଆଜି ପୁଲିସ ପଇଁତରା ମାରିଛି। ଏ ସମ୍ପର୍କରେ ପୁଲିସ କର୍ମୀଙ୍କ ଫଟୋ ସହ ଟ୍ୱିଟ୍ କରିଛନ୍ତି କୁମାର ବିଶ୍ୱାସ। ତାଙ୍କ ଘର ସମ୍ମୁଖରେ ପଞ୍ଜାବ ପୁଲିସ ଜମା ହୋଇଛନ୍ତି। ଏଥିପାଇଁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦାୟୀ କରିଛନ୍ତି। ଅବସ୍ୟ ସେ ତାଙ୍କ ଟ୍ୱିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ନାହାନ୍ତି। କୁମାର ଲେଖିଛନ୍ତି ଯେ, ଗୋଟିଏ ସମୟରେ ମୋ ଦ୍ୱାରା ହିଁ ଭଗୱନ୍ତ ମାନ୍ ଆପରେ ସାମିଲ ହୋଇଥିଲେ। ମୁଁ ଭଗବତ ମାନଙ୍କୁ କହିବାକୁ ଚାହୁଁଛି ଯେ, ତୁମେ ଦିଲ୍ଲୀରେ ରହି ଯେଉଁ ବ୍ୟକ୍ତି ସହ ମିଶି ପଞ୍ଜାବବାସୀ ଦେଇଥିବା ସାହସ ଓ ଶକ୍ତି ସହ ଖେଳୁଛ, ଦିନ ଆସିବ ସେଇ ବ୍ୟକ୍ତି ତୁମକୁ ଏବଂ ପଞ୍ଜାବକୁ ଧୋକା ଦେବେ।

ଦେଶବାସୀ ମୋର ଏହି ଚେତାବନୀକୁ ମନେ ରଖନ୍ତୁ। ସେପଟେ କୁମାର ବିଶ୍ୱାସ ଖଲିସ୍ଥାନ ଲିଙ୍କ ନେଇ କେଜ୍ରିୱାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏଭି ଭିଡିଓରେ କୁମାର ବିଶ୍ୱାସ କହିଥିଲେ ଯେ, କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ କିମ୍ବା ଖଲିସ୍ଥାନ ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଭିଡିକୁ ବିଜେପି ପକ୍ଷରୁ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲେରେ ସେୟାର କରାଯାଇଥିଲା। ପଞ୍ଚାବ ନିର୍ବାଚନ ବେଳେ ସେହି ଭିଡିଓ ବେଶ ହଇଚଇ ସୃଷ୍ଟି କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts