ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ନେତାଙ୍କ ସମେତ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ନେତାଙ୍କୁ ଗୁଳିମାଡ | ଦିନକୁ ଦିନ ଦେଶରେ ହତ୍ୟା ଘଟଣା ବଢୁଥିବା ବେଳେ, ଏହାରି ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ଏହି ଘଟଣା | ନେତାଙ୍କ ସମେତ ସମେତ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, କିଛି ଅଜଣା ବ୍ୟକ୍ତି ବାଇକ୍‌ରେ ଯାଉଥିବା ଟିଏମ୍‌ସି ନେତା ସ୍ୱପନ ମାଝୀ ଓ ତାଙ୍କର ଦୁଇ ଜଣ ସାଥୀଙ୍କୁ ଗୁଳିମାଡ କରିଥିଲେ। ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଛି।

କୁହାଯାଉଛି ଯେ, ଦକ୍ଷିଣ ୨୪ ପରଗନା ଜିଲ୍ଲାର କ୍ୟାନିଙ୍ଗରେ ଟିଏମ୍‌ସି ନେତା ସ୍ୱପନ ମାଝୀ ନିଜ ଦୁଇ ସାଥୀଙ୍କ ସହ ବାଇକ୍‌ରେ ଯାଉଥିଲେ। ସେ ବଜାରରୁ ଫେରିବା ବେଳେ କିଛି ଲୋକ ତାଙ୍କ ବାଇକ୍‌କୁ ଅଟକାଇ ତାଙ୍କ ଜନଗହଳି ପୂର୍ଣ୍ଣ ସ୍ଥାନରେ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ଏହାଦେଖି ତାଙ୍କ ସହଯୋଗୀମାନେ ପଳାଇ ଯିବାକୁ ଚେଷ୍ଟା କରିବା ବେଳେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୁଲିସ ଘଟଣାସ୍ଥଳରୁ ଗୁଳିର ଖାଲି ଖୋକା ଓ ବୋମା ଜବତ କରିଛି। ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

Related Posts