କାଵୁଲ ଏୟାରପୋର୍ଟ ନିକଟରୁ ଆଫଗାନି ଶିଶୁକୁ ଉଦ୍ଧାର କଲେ ଆମେରିକୀୟ ସେନା, ଚିକିତ୍ସା ପରେ ବାପାଙ୍କୁ ହସ୍ତାନ୍ତର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନକୁ ଯେବେଠାରୁ ତାଲିବାନ ଅକ୍ତିଆରକୁ ନେଇଛି ସେବେଠାରୁ ଭୟାନକ ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସୁଛି। ଶୁକ୍ରବାର ଦିନ ଏମିତି ଏକ ହୃଦୟ ବିଦାରକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସୁଛି । ନିୟ୍ୟୁର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ” ଏକ ଭିଡିଓ ଭାଇରାଲ ଭିଡିଓରେ ଜଣେ ବାପା ନିଜ ଶିଶୁକୁ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଚେରୀ ସେପଟକୁ ଆମେରିକାର ସେନାକୁ ଦେଉଥିବାର ନଜର ଆସିଛି । ଆମେରିକାର ସେନା ଅଧିକାରୀ ମାନେ ସ୍ପଷ୍ଟ କରିଛନ୍ତି ଯେ , ବର୍ତ୍ତମାନ ଏହି ଶିଶୁଟିକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ବିମାନ ବନ୍ଦରରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ।

ପେଣ୍ଟାଗନ୍ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ,” ଶିଶୁଟି ଅସୁସ୍ଥ ଥିଲା ତେଣୁ ତାର ବାପା ସେନାକୁ ଶିଶୁଟିର ଚିକିତ୍ସା ଏବଂ ଯତ୍ନ ନେବାକୁ କହିଥିଲେ।। ଶିଶୁଟି ଏକ Norwegian ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଚିକିତ୍ସା ପରେ ବର୍ତ୍ତମାନ ଏହି ଶିଶୁକୁ ତାର ବାପାଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ସେ ବିମାନବନ୍ଦରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।’ଏଥି ସହିତ କିର୍ବି କହିଛନ୍ତି, ‘ଏହା କରୁଣା ଏବଂ ପ୍ରେମରେ ପରିପୂର୍ଣ୍ଣ ଏକ କାର୍ଯ୍ୟ ଥିଲା। ଆମେରିକାର ସୈନିକମାନେ ଏହି କଠିନ ସମୟରେ ଜୀବନ୍ତ ତଥା ବୃତ୍ତିଗତ ମନୋଭାବ ପ୍ରଦର୍ଶନ କରି ଏହି ଶିଶୁର ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ।’

ରିପୋର୍ଟରେ ଅନୁଯାୟୀ ତାଲିବାନର ଶାସନରୁ ରକ୍ଷା ପାଇବା ପାଇଁ ଏକାଧିକ ଆଫଗାନିସ୍ତାନ ପରିବାର ନିଜ ଶିଶୁମାନଙ୍କୁ କାବୁଲ ବିମାନବନ୍ଦରର ତାର ବାଡ଼ ଆରପଟକୁ ଫୋପାଡିଦେଉଥିବାର ଦେଖାଯାଇଛି। ଜଣେ ଅଧିକାରୀ କହିଛନ୍ତି, ‘ବର୍ତ୍ତମାନ କାବୁଲ ବିମାନବନ୍ଦରରେ ଅବସ୍ଥା ଅତ୍ୟନ୍ତ ଖରାପ। ମହିଳାମାନେ ନିଜ ପିଲାମାନଙ୍କୁ ପାଚେରୀ ସେପଟକୁ ପକାଇ ଆମେରିକା ସୈନ୍ୟବାହିନୀକୁ ହସ୍ତାନ୍ତର କରୁଥିବା ଦେଖାଯାଉଛି। ଏଠାରେ ପରିସ୍ଥିତି ଦେଖି ଆମେ ସମସ୍ତେ ଦୁଃଖିତ।’

ସୂଚନା ମୁତାବକ ଗତ ସପ୍ତାହରେ ଆମେରିକାର ସୈନ୍ୟବାହିନୀ ଦ୍ବାରା 12,700 ରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଦିନ, ଆମେରିକା ପ୍ରାୟ ଆଠ ଘଣ୍ଟା ପାଇଁ ବିମାନ ଉଡ଼ାଣ ବନ୍ଦ କରିବାକୁ ବାଧ୍ୟ ହୋଇଥିବା କୁହାଯାଇଛି ।

ଅନ୍ୟ ପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଶୁକ୍ରବାର ଦିନ ଆଫଗାନିସ୍ତାନରେ ଫସି ରହିଥିବା ସମସ୍ତ ଆମେରିକୀୟଙ୍କୁ ଘରକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Related Posts