କେନ୍ଦ୍ର ସରକାରଙ୍କୁ ଉଲଫା ଧମକ

ଆସାମରେ ସିଟିଜେନସିପ୍‌ ଆମେଣ୍ଡମେଣ୍ଟ ବିଲ୍‌ ବା ନାଗରିକତ୍ବ ସଂଶୋଧନ ବିଲ ପାସ ହେବାକୁ ନେଇ ଜାରି ରହିଛି ଜୋରଦାର ହଙ୍ଗାମା । ୟୁନାଇଟେଡ୍ ଲିବରେଶନ ଫ୍ରଣ୍ଟ ଅଫ୍‌ ଆସାମ ବା ଉଲଫା ଏହାକୁ ନେଇ ସରକାରଙ୍କ ସହ ଚୁକ୍ତିପୂର୍ବ ଆଲୋଚନାକୁ ଭାଙ୍ଗିବା ପାଇଁ ଧମକ୍ ଦେଇଛନ୍ତି । ବିବାଦ ଭିତରେ ଥିବା ଏହି ବିଲ୍ ଲୋକସଭାରେ ପାସ୍‌ ହୋଇଛି । କିନ୍ତୁ ରାଜ୍ୟସଭାରେ ଅଟକି ଯାଇଛି ।

୨୦୧୧ରେ ଉଲଫା ଓ କେନ୍ଦ୍ର ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଉଲଫା ନେତା ମୃଣାଲ ହଜାରିକା କହିଛନ୍ତି କେନ୍ଦ୍ର ସରକାର ଏହି ବିଲକୁ ନେଇ ଆଗକୁ କିଛି ପଦକ୍ଷପ ନେଲେ ସଂଗଠନ ଓ ସରକାରଙ୍କ ଭିତରେ ହୋଇଥିବା ବାର୍ତ୍ତା ପ୍ରଭାବିତ ହୋଇପାରେ । ଏହି ବିଲ ରାଜ୍ୟର ଅସ୍ଥିତ୍ବ ଉପରେ ପ୍ରଶ୍ନ ଉଠାଉଛି । ଆସାମ ଏହି ବିଲକୁ ସମ୍ପୂର୍ଣ୍ଣ ବିରୋଧ କରୁଛି, କେନ୍ଦ୍ର ଆଗକୁ ବଢ଼ିଲେ କଥାବାର୍ତ୍ତା ଜାରି ରଖିବା କଷ୍ଟକର ।

ଉଲଫା ନେତାମାନେ ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲେ, ବିଲ୍‌ ପାସ୍‌ ହେଲେ ଯେ ଯୁବସେନା ମାରଣାସ୍ତ୍ର ଧରିବାକୁ ବାଧ୍ୟ ହେବେ । ବାଂଲାଦେଶ, ପାକିସ୍ତାନ ଓ ଆଫଗାନୀସ୍ତାନର ସଂଖ୍ୟାଲଘୁଙ୍କୁ ଧାର୍ମ ଆଧାରରେ ନାଗରିକତ୍ବ ଦେବାକୁ ଏହି ବିଲ୍‌ ଅଣାଯାଇଛି । ଆସାମ ବ୍ୟତୀତ ଉତର ପୂର୍ବର ଅନ୍ୟ ବିଜେପି ଶାସିତ ରାଜ୍ୟରେ ମଧ୍ୟ ବିଲକୁ ଜୋରଦାର ବିରୋଧ କରାଯାଉଛି ।

ମେଘାଳୟ ସରକାର ବିଧାନସଭାରେ ଏହି ବିଲ୍‌ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଥିଲେ ଓ ମଣିପୁର ମଧ୍ୟ ବିଲ୍‌କୁ ପରିବର୍ତନ ପାଇଁ କହିଛି ।

Related Posts