ଉଦ୍ଧବ ଚାପରେ ପଡି ଦ୍ରୌପଦୀଙ୍କୁ ସମର୍ଥନ କରୁଛନ୍ତି : ଯଶୋବନ୍ତ ସିହ୍ନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଦ୍ଧବ ଠାକରେ ଚାପରେ ପଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା କହିଛନ୍ତି ଯଶୋବନ୍ତ ସିହ୍ନା। ରାଷ୍ଟ୍ରପତି ନିର୍ବାଚନର ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମର୍ଥନ ଘୋଷଣା କରିବା ପରେ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ପ୍ରତିକ୍ରିୟାରେ ସେ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେ ଚାପରେ ପଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି ।ଉଦ୍ଧବଙ୍କୁ ବାଧ୍ୟ କରାଯାଇଛି ଦ୍ରୌପଦୀଙ୍କୁ ସମର୍ଥନ କରିବାପାଇଁ । ଆସାମ ଗସ୍ତରେ ଥିବା ଶ୍ରୀ ସିହ୍ନା ଗୌହାଟିରେ ଏକ ପ୍ରେସ କନଫରେନ୍ସରେ ଏହା କହିଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଶିବସେନାର ଏକନାଥ ଶିନ୍ଦେ ଙ୍କ ବିଦ୍ରୋହ ଓ ବିଜେପି ସହ ମିଶି ସରକାର ଗଠନ ପରେ ଉଦ୍ଧବ ଠାକରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଘୋଷଣା କରିଥିଲେ । ସମସ୍ତେ ଆଶା କରୁଥିଲେ କି ଉଦ୍ଧବ ଯଶୋବନ୍ତ ଙ୍କୁ ସମର୍ଥନ ଦେବେ ମାତ୍ର ଦ୍ରୌପଦୀ ଙ୍କୁ ସମର୍ଥନ ଦେବା ପରେ ଯଶୋବନ୍ତ ସିହ୍ନା ଏହି ପ୍ରତିକ୍ରିୟା ଦେଇଛନ୍ତି।

Related Posts