ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ଉତ୍ତରାଖଣ୍ଡର ନେତା ବିଜୟ ବହୁଗୁଣା

ନୂଆଦିଲ୍ଲୀ: ଆତ୍ମହତ୍ୟା କଲେ ଉତ୍ତରାଖଣ୍ଡର ନେତା ବିଜୟ ବହୁଗୁଣା। ପାଣି ଟାଙ୍କି ଉପରକୁ ଉଠି ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ପ୍ରାଥମିକ ତଦନ୍ତରୁ ତାଙ୍କ ବୋହୂ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ସେ ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଶ୍ଵଶୁର ମୋ ଝିଅକୁ ଦୁଷ୍କର୍ମ କରିଛନ୍ତି। ବୋହୂ ଆଣିଥିବା ଏମିତି ସଙ୍ଗୀନ ଅଭିଯୋଗକୁ ସହି ପାରିଲେନି ନେତା। ଥାନାରେ ଅଭିଯୋଗ ହେବାର ତିନି ଦିନ ପରେ ଆତ୍ମହତ୍ୟା କରିଛନ୍ତି ଉତ୍ତରାଖଣ୍ଡର ନେତା ବିଜୟ ବହୁଗୁଣା।

୫୯ ବର୍ଷୀୟ ବହୁଗୁଣା ହଲଦଓ୍ଵାନି ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିବା ପୂର୍ବରୁ ଜରୁରୀକାଳୀନ ନମ୍ବର ୧୧୨ ଜରିଆରେ ପୋଲିସକୁ ଫୋନ କରିଥିଲେ। ହେଲେ ପୋଲିସ ତାଙ୍କ ନିକଟକୁ ପହଞ୍ଚିବା ପୂର୍ବରୁ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ନିଜ ବୋହୂଙ୍କ ଅଭିଯୋଗରେ ବହୁଗୁଣା ବହୁତ ଅବସାଦରେ ଥିଲେ ବୋଲି ପୋଲିସ ଅଫିସର ପଙ୍କଜ ଭଟ୍ଟ କହିଛନ୍ତି।

ପୋଲିସ ଘଟଣାସ୍ଥଳକୁ ଆସି ବହୁଗୁଣା ପାଣି ଟାଙ୍କି ଉପରେ ଛିଡା ହୋଇଛନ୍ତି ଏବଂ ନିଜକୁ ଗୁଳି କରିବାକୁ ଧମକ ଦେଉଥିବା ଦେଖିବାକୁ ପାଇଥିଲେ। ପୋଲିସ ଲାଉଡସ୍ପିକର ଜରିଆରେ ତାଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲେ। ଆପଣଙ୍କ ବିରୋଧରେ ମିଥ୍ୟା କେସ୍ ରୁଜୁ ହୋଇଥିବା ପୋଲିସ କହିଥିଲେ। ଲାଗୁଥିଲା ସେ ବୁଝି ଯାଇଛନ୍ତି ଏବଂ ତଳକୁ ଓହ୍ଲାଉଛନ୍ତି, ହେଲେ ଅଚାନକ ସେ ନିଜ ଛାତିକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି।

ପୁଅ ଅଜୟ ବହୁଗୁଣା ଅଭିଯୋଗ କରିଛନ୍ତି ଯେ, ତାଙ୍କ ବୋହୂ, ତାଙ୍କ ବାପା ଏବଂ ଜଣେ ପଡୋଶୀ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ଏବଂ ଆତ୍ମହତ୍ୟା କରିବାକୁ ଉସୁକାଇଥିଲେ। ବହୁଗୁଣା କଂଗ୍ରେସର ନେତା ଥିଲେ। ସେ ୨୦୦୪-୦୫ରେ ଏନଡି ତିଓ୍ଵାରୀଙ୍କ ସରକାରରେ ରାଜ୍ୟ ମନ୍ତ୍ରୀ ଥିଲେ।

Related Posts