
ବ୍ୟାଙ୍କ ଗୁଡ଼ିକୁ ହଜାର ହଜାର କୋଟି କୋଟି ଟଙ୍କାର ଚୁନ ଲଗାଇ ଛୁ ମାରିଥିବା ବିଜୟ ମାଲ୍ୟାଙ୍କ ଖେଳ ଏବେ ଖତମ୍ ହୋଇଯାଇଛି । ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି କହିଛନ୍ତି ଇଂଲଣ୍ଡ ପକ୍ଷରୁ କୁହାଯାଇଛି ।
ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ 9 ହଜାର କୋଟି ଟଙ୍କାର ଋଣ ନେଇ ଇଂଲଣ୍ଡ ପଳାଇଥିବା ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶ ଉପରେ ଦସ୍ତଖତ କରିଛନ୍ତି ଇଂଲଣ୍ଡର ଗୃହ ସଚିବ । 2016ରୁ ମାଲ୍ୟା ଇଂଲଣ୍ଡକୁ ପଳାଇଯାଇଥିଲେ । ତେବେ ସେବେଠାରୁ ତାଙ୍କୁ ଭାରତ ଆଣିବାକୁ ଉଦ୍ୟମ ଜାରି ରଖିଥିଲେ ଭାରତ ସରକାର ।
ଅଦାଲତରେ ମାମଲା ଚାଲିଥିବାବେଳେ ଶେଷରେ ତାଙ୍କର ପ୍ରତ୍ୟର୍ପଣ ରାସ୍ତା ସଫା ହୋଇଛି । ତେବେ ବିଜୟ ମାଲ୍ୟାଙ୍କୁ ଆବେଦନ କରିବାକୁ 14 ଦିନ ସମୟ ମଧ୍ୟ ଦିଆଯାଇଛି ।